ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ରକ୍ତ ସହାୟତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବର୍ତ୍ତମାନ କୋଭିଡ-୧୯ର ଭୟାଭୟ ରୂପ ଦିନକୁ ଦିନ ଦେଖିବାକୁ ମିଳିଛି । ଦିନକୁ ଦିନ ଲୋକେ କରୋନାରେ ମୃତ୍ୟୁମୁଖକୁ ଠେଲି ହୋଇଯାଉଛନ୍ତି । ଠିକ୍‌ ଏତିକି ବେଳେ ରକ୍ତର ଘୋର ଅଭାବ ଦେଖିବାକୁ ମିଳୁଛି, ଯଦ୍ୱାରା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଛତ୍ରିଆପାଲି ଗ୍ରାମର ଅଙ୍ଗଦ ବିଶ୍ୱାଳ (୬୧), ସେ ନିମୋନିଆରେ ପୀଡିତ ହୋଇ ଗତ ୨ ତାରିଖରୁ ଭୀମ ଭୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ଶରୀରରେ ରକ୍ତ ମଧ୍ୟ କମିଯାଇଥିଲା । ଶ୍ରୀ ବିଶ୍ୱାଲଙ୍କ ସମ୍ପର୍କୀୟ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ରକ୍ତ ପାଇଁ ସହଯୋଗ ମାଗିଥିଲେ । ଆଜି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଯୁବ ସଦସ୍ୟ ବିଶ୍ୱନାଥ ବିଶ୍ୱାଲ ନିଜେ ରକ୍ତଦାନ କରି ଅଙ୍ଗଦ ବିଶ୍ୱାଲଙ୍କ ଜୀବନ ବଞ୍ଚାଇଥିଲେ । ଏଥିରେ ଶ୍ରୀ ବିଶ୍ୱାଲ ଓ ତାଙ୍କ ସମ୍ପର୍କୀୟ ଜିଲ୍ଲା ଯୁବ କୁଲୁତା ସମାଜକୁ ଭୂୟସୀ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.

20 − 4 =