ଜୁଆ ଆଡ୍ଡାରେ ପୋଲିସର ଚଢାଉ : ୯ ଗିରଫ

ଗୋପାଳପୁର : ଗୋଳନ୍ଥରା ପୋଲିସ ଏକ ଢାବା ପଛପଟେ ଚାଲିଥିବା ଜୁଆ ଆଡ୍ଡା ଉପରେ ଗୁରୁବାର ରାତିରେ ଚଢ଼ାଉ କରି ୯ ଜଣ ଜୁଆଡ଼ିଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ସେମାନଙ୍କଠାରୁ ୩୦ ହଜାର ୩୦ ଟଙ୍କା ଏବଂ ଖେଳ ସାମଗ୍ରୀ ଜବତ କରିଥିବା ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ରାତିରେ ଏସ୍‌ଆଇ ଅଭିଷେକ ପାଣ୍ଡବ ପାଟ୍ରୋଲିଂ କରୁଥିବା ବେଳେ ଏକ ଢ଼ାବା ହୋଟେଲ ପଛପଟେ ଏକ ଘରେ ଜୁଆ ଖେଳ ଚାଲିଥିବା ସୂଚନା ପାଇଥିଲେ । ଏ ନେଇ ଥାନା ଅଧିକାରୀଙ୍କୁ ସୂଚନା ଦେବା ସହ ଚଢ଼ାଉ କରିଥିଲେ । କିଛି ଜୁଆଡ଼ି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଏ ନେଇ ପୋଲିସ ଏକ ମାମଲା ନଂ. ୩୮୫/୨୨ ରୁଜୁ କରି ଅଭିଯୁକ୍ତମାନଙ୍କୁ ଥାନାରୁ ଜାମିନ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

twelve − six =

error: Content is protected !!