jayashree

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ

ଗଞ୍ଜାମ, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟକୁମରଡା କଲେଜ ଛକ ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ଶୋଚନୀୟ ଭାବେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ନାଇଡୁପଲ୍ଲୀ ଗ୍ରାମର ବୋଲି ଜଣାପଡ଼ିଛି । ପ୍ରାପ୍ତ ସୂଚନାମତେ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟକୁମରଡା କଲେଜ ଛକ ନିକଟରେ ସ୍କୁଟିର ପଛ ପଟୁ ଏକ ହାଇୱା ଧକ୍କା ଦେବା ଫଳରେ ସ୍କୁଟି ଚାଳକ ଯୁବକ ଜଣକ ଛିଟିକି ପଡି ହାଇୱାର ଚକା ତଳେ ଚାପି ହୋଇ ଯାଇଥିଲେ ଏବଂ ଘଟଣା ସ୍ଥଳରେ ହିଁ ଯୁବକ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା । ଏନେଇ ପୁରୁଷୋତ୍ତମପୁର ଠାରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ସ୍ଥାନୀୟ ଅଞ୍ଚଳବାସୀ ରାସ୍ତା ରୋକ କରିଥିବା ସୂଚନା ମିଳିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.