jayashree

ଠିକାଦାରଙ୍କ ଅବହେଳା, ସରପଞ୍ଚଙ୍କ ନୀରବତା; କାଦୁଅରେ ଫସିଛି ଦଳିତ ପଡ଼ା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଅନ୍ତର୍ଗତ ସର୍ଗିପାଲି ଗ୍ରାମର ଦଳିତ ପଡ଼ାରେ ଆର୍‌ଡ଼ବ୍ଲୁଏସ୍‌ଏସ୍‌ ବିଭାଗର ପାନୀୟ ଜଳ ପାଇପ ବିଛାଇବା ପରେ ଖୋଳା ଯାଇଥିବା କଂକ୍ରିଟ ରାସ୍ତାକୁ ଠିକାଦାର ମରାମତି ନକରି ଛାଡ଼ି ଦେଇଥିବାରୁ ଏବେ ସମଗ୍ର ରାସ୍ତା କାଦୁଅରେ ପରିଣତ ହୋଇଛି । ବର୍ଷାଜଳ ଓ ନଳକୂପର ପାଣି ଜମି ଲୋକଙ୍କ ଯାତାୟାତ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି । ଗ୍ରାମବାସୀଙ୍କ ଅଭିଯୋଗ, ବାରମ୍ବାର ସରପଞ୍ଚଙ୍କୁ ଜଣାଇବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଇନାହିଁ । ଏପରିକି ରାସ୍ତାର କାଦୁଅକୁ ନେଇଁ ଝଗଡା ବଢିବା ସହ ବିଷୟ ଥାନାରେ ମଧ୍ୟ ପହଞ୍ଚିଥିବା ଅଭିଯୋଗକାରୀ ପ୍ରକାଶ କରିଛନ୍ତି । ବର୍ଷା ଦିନରେ ବଡ଼ ଦୁର୍ଘଟଣାର ଆଶଙ୍କା ଥିବାରୁ ସର୍ଗିପାଲିର ତୀର୍ଥ ଛତ୍ରିଆ, ଆର୍ତ୍ତ ଛତ୍ରିଆଙ୍କ ସମେତ ଦଳିତ ପଡ଼ାବାସୀ ଜିଲ୍ଲା ପ୍ରଶାସନଙ୍କ ତୁରନ୍ତ ହସ୍ତକ୍ଷେପ, ଦୋଷୀ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ରାସ୍ତାର ସ୍ଥାୟୀ ମରାମତି ଦାବି କରିଛନ୍ତି ।

Leave A Reply

Your email address will not be published.