pakka

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ

bbehera

ବୌଦ୍ଧ : କିଆକଟା ଓଭର୍‌ବ୍ରିଜ ଉପରେ ଘଟଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତାକଡ଼ରେ ଗାଡ଼ି ରଖି ଦୁଇଝିଅ ଚଲାପଥ ଉପରେ ଠିଆ ହୋଇ ମହାନଦୀ ଦେଖୁଥିଲେ । ବାଇକରେ ବସିଥଲେ ମିଟୁ ବେହେରା ଓ ତାଙ୍କ ପତ୍ନୀ ମନୋରମା ବେହେରା । ଏହି ସମୟରେ କିଆକଟା ଆଡ଼ରୁ ଦ୍ରୁତ ଗତିରେ ଆସୁଥିବା ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ମିଟୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏଣେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ମନୋରମାଙ୍କ ମଧ୍ୟ ବୌଦ୍ଧ ଡାକ୍ତରଖାନରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବର ପାଇ କିଆକଟା ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିଥିଲା । ପଞ୍ଚନାମା ପରେ ଦୁଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

Leave A Reply

Your email address will not be published.

four × 1 =