ଝାରସୁଗୁଡ଼ାର ଲଖନପୁର ଅଞ୍ଚଳରେ ୧୧,୭୮୨ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ କୋଇଲା ବାଷ୍ପୀକରଣ ପ୍ଲାଣ୍ଟ

  • ସିଆଇଏଲ୍ ଓ ଗେଲ୍‌ ମଧ୍ୟରେ ଏକ ଯୌଥ ଉଦ୍ୟୋଗ ଜରିଆରେ ଇସିଏଲ୍‌ କମାଣ୍ଡ ଅଞ୍ଚଳରେ କୋଇଲାରୁ ଏସ୍‌ଏନ୍‌ଜି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ସିଆଇଏଲ୍‌ ଦ୍ୱାରା ଇକ୍ୟୁଟି ନିବେଶକୁ କ୍ୟାବିନେଟ୍‌ ମଞ୍ଜୁରି
  • ସିଆଇଏଲ୍‌ ଓ ଭେଲ୍‌ ମଧ୍ୟରେ ଯୌଥ ଉଦ୍ୟୋଗ ଜରିଆରେ ଏମ୍‌ସିଏଲ୍‌ କମାଣ୍ଡ ଅଞ୍ଚଳରେ କୋଇଲାରୁ ଆମୋନିୟମ ନାଇଟ୍ରେଟ୍‌ ପ୍ରକଳ୍ପ ସ୍ଥାପନକୁ ମିଳିଲା କ୍ୟାବିନେଟ୍‌ ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍‌ କମିଟି (ସିସିଇଏ)ବୈଠକରେ ଦୁଇଟି ଇକ୍ୟୁଟି ନିବେଶ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଏହି ପ୍ରକଳ୍ପଗୁଡ଼ିକ ହେଲା (୧) ସିଆଇଏଲ୍‌ ଓ ଗେଲ୍‌ର ଯୌଥ ଉଦ୍ୟୋଗ ଜରିଆରେ ଇସିଏଲ୍‌ କମାଣ୍ଡ ଅଞ୍ଚଳରେ କୋଇଲାରୁ ଏସ୍‌ଏନ୍‌ଜି (ସିନ୍ଥେଟିକ୍‌ ନେଚୁରାଲ ଗ୍ୟାସ୍‌ ପ୍ରକଳ୍ପ) ଏବଂ ସିଆଇଏଲ୍‌ ଓ ଭେଲ୍‌ର ଯୌଥ ଉଦ୍ୟୋଗ ଜରିଆରେ ଏମ୍‌ସିଏଲ୍‌ କମାଣ୍ଡ ଅଞ୍ଚଳରେ କୋଇଲାରୁ ଆମୋନିୟମ ନାଇଟ୍ରେଟ୍‌ ପ୍ରକଳ୍ପ ସ୍ଥାପନ ।
ସିଆଇଏଲ୍‌ ଦ୍ୱାରା ନିମ୍ନୋକ୍ତ ଇକ୍ୟୁଟି ନିବେଶ ପ୍ରକଳ୍ପକୁ ସିସିଇଏ ଅନୁମୋଦନ କରିଛି ।
କ.) ସିଆଇଏଲ୍‌ ଏବଂ ଗେଲ୍‌ ମଧ୍ୟରେ ଏକ ଯୌଥ ଉଦ୍ୟୋଗ ଜରିଆରେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଇଷ୍ଟର୍ଣ୍ଣ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ (ଇସିଏଲ୍‌)ର ସୋନପୁର ବାଜାରୀ ଅଞ୍ଚଳରେ ମୋଟ୍‌ ୧୩,୦୫୨.୮୧ କୋଟି ଟଙ୍କା (±୨୫%ର ସଠିକତା)ର ଆନୁମାନିକ ପ୍ରକଳ୍ପ ପୁଞ୍ଜି ବ୍ୟୟରେ ପ୍ରସ୍ତାବିତ କୋଇଲାରୁ ସିନ୍ଥେଟିକ୍‌ ନେଚୁରାଲ ଗ୍ୟାସ (ଏସ୍‌ଏନ୍‌ଜି) ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଏକ ଯୌଥ ଉଦ୍ୟୋଗ କମ୍ପାନୀରେ ୭୦:୩୦ ଋଣ-ଇକ୍ୟୁଟି ଅନୁପାତ ଏବଂ ୫୧% ଇକ୍ୟୁଟି ନିବେଶକୁ ବିଚାରକୁ ନେଇ ସିଆଇଏଲ୍‌ ଦ୍ୱାରା ୧,୯୯୭.୦୮ କୋଟି ଟଙ୍କା (±୨୫%)ର ଇକ୍ୟୁଟି ପୁଞ୍ଜି ନିବେଶ ।
ଖ.) ସିଆଇଏଲ୍‌ ଏବଂ ଭେଲ୍‌ର ଯୌଥ ଉଦ୍ୟୋଗ ଜରିଆରେ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ଥିବା ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ଲଖନପୁର ଅଞ୍ଚଳରେ ୧୧,୭୮୨.୦୫ କୋଟି ଟଙ୍କା (±୨୫%ର ସଠିକତା)ର ଆନୁମାନିକ ପୁଞ୍ଜି ବ୍ୟୟରେ ପ୍ରତିଷ୍ଠା ହେବାକୁ ଥିବା ପ୍ରସ୍ତାବିତ କୋଇଲାରୁ ଆମୋନିୟମ ନାଇଟ୍ରେଟ୍‌ (ଏଏନ୍‌) ପ୍ରକଳ୍ପ ପାଇଁ ଯୌଥ ଉଦ୍ୟୋଗରେ ୭୦:୩୦ ଋଣ-ଇକ୍ୟୁଟୀ ଅନୁପାତ ଏବଂ ୫୧% ଇକ୍ୟୁଟୀ ନିବେଶକୁ ବିଚାରକୁ ନେଇ ସିଆଇଏଲ୍‌ ଦ୍ୱାରା ୧,୮୦୨.୫୬ କୋଟି (ବ୍ଦ ୨୫%) ଟଙ୍କାର ଇକ୍ୟୁଟୀ ନିବେଶ ।
ଗ.) ଉପରୋକ୍ତ ବିନ୍ଦୁ (କ) ଅନୁଯାୟୀ ସିଆଇଏଲ୍-ଗେଲ୍ ର ଯୌଥ ଉଦ୍ୟୋଗରେ ଏବଂ ଉପରୋକ୍ତ ବିନ୍ଦୁ (ଖ) ଅନୁଯାୟୀ ସିଆଇଏଲ୍-ଭେଲ୍ର ଯୌଥ ଉଦ୍ୟୋଗରେ ନିଜ ନିଟ୍ ସମ୍ପତ୍ତିର ୩୦% ରୁ ଅଧିକ ଇକ୍ୱିଟି ନିବେଶ ପାଇଁ ସିଆଇଏଲ୍‌କୁ ଅନୁମତି ।
୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍‌ କୋଇଲା ବାଷ୍ପୀକରଣ ଲକ୍ଷ୍ୟ ହାସଲ କରିବା ଏବଂ ଭାରତର ଆତ୍ମନିର୍ଭରଶୀଳତା ଓ ଇନ୍ଧନ ସ୍ୱାଧୀନତାର ଦ୍ୱୈତ ଲକ୍ଷ୍ୟ ପୂରଣ କରିବା ଉଦ୍ଦେଶ୍ୟରେ କୋଲ୍‌ ଇଣ୍ଡିଆ ଲିମିଟେଡ୍‌ (ସିଆଇଏଲ୍‌) ଦୁଇଟି କୋଇଲା ବାଷ୍ପୀକରଣ ପ୍ରକଳ୍ପ ପ୍ରତିଷ୍ଠା କରିବ –
କ.) ୭୦:୩୦ ଋଣ:ଇକ୍ୟୁଟୀ ଅନୁପାତକୁ ବିଚାରକୁ ନେଇ ଆନୁମାନିକ ୧୩,୦୫୨.୮୧ କୋଟି (±୨୫%) ଟଙ୍କାର ପ୍ରକଳ୍ପ ବ୍ୟୟବରାଦ ସହିତ ସିଆଇଏଲ୍‌ ଏବଂ ଗେଲ୍‌ ମଧ୍ୟରେ ଯୌଥ ଉଦ୍ୟୋଗ ଜରିଆରେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଇଷ୍ଟର୍ଣ୍ଣ କୋଲଫିଲ୍ଡସ୍‌ ଲିମିଟେଡ୍‌ (ଇସିଏଲ୍‌)ର ସୋନପୁର ବାଜାରୀ ଅଞ୍ଚଳରେ କୋଇଲାରୁ ଏସଏନଜି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ସିଆଇଏଲ୍‌ ଓ ଗେଲ୍‌ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ଖ.) ୭୦:୩୦ ଋଣ:ଇକ୍ୟୁଟୀ ଅନୁପାତକୁ ବିଚାରକୁ ନେଇ ଆନୁମାନିକ ୧୧,୭୮୨.୦୫ କୋଟି (±୨୫%) ଟଙ୍କାର ପ୍ରକଳ୍ପ ବ୍ୟୟବରାଦ ସହିତ ସିଆଇଏଲ୍‌ ଏବଂ ଭେଲ୍‌ ମଧ୍ୟରେ ଯୌଥ ଉଦ୍ୟୋଗ ଜରିଆରେ ଓଡ଼ିଶାର ଝାରସୁଗୁଡ଼ାରେ ଥିବା ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ଲଖନପୁରଠାରେ କୋଇଲାରୁ ଆମୋନିୟମ ନାଇଟ୍ରେଟ୍‌ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଭେଲ୍‌ ଏବଂ ସିଆଇଏଲ୍‌ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

Leave A Reply

Your email address will not be published.

16 − 14 =

error: Content is protected !!