pakka

ଜୟଶ୍ରୀ କେମିକାଲସ୍‌ ଏମ୍ପ୍ଲଇ ୟୁନିୟନ୍‌ କର୍ମକର୍ତ୍ତା ମନୋନୀତ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଏଲ୍ଲାମା ମନ୍ଦିର ପ୍ରାଙ୍ଗଣରେ ଜୟଶ୍ରୀ କେମିକାଲସ୍‌ ଏମ୍ପ୍ଲଇ ୟୁନିୟନର ଏକ ବୈଠକରେ ସର୍ବସଂମ୍ମତି କ୍ରମେ କର୍ମକର୍ତା ମନୋନୀତ କରାଯାଇଛି । ଏଥିରେ ସଭାପତି ଭାବେ ପୂର୍ବତନ ଛତ୍ରପୁର ବିଧାୟକ ଏନ୍‌.ନାରାୟଣ ରେଡ୍ଡୀଙ୍କୁ ମନୋନୀତ କରାଯାଇଥିଲା । ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ପ୍ରବୀଣ କୁମାର ଦାଶ, ଉପସଭାପତି ପ୍ରତାପ ବିଶ୍ୱାଳ, ନାରାୟଣ ତରାଇ, ସାଧାରଣ ସମ୍ପାଦକ ସୀମାଞ୍ଚଳ ପଲାଇ, କୋଷାଧ୍ୟକ୍ଷ ଦିଲିପ କୁମାର ପାତ୍ର, ଆଡ଼ଭାଇଜର ଭାବେ ଆଇନଜୀବୀ କୈଳାଶ ଚନ୍ଦ୍ର ପଲାଇଙ୍କୁ ମନୋନୀତ କରାଯାଇଥିଲା । ଏଥିରେ ବହୁ ସଂଖ୍ୟାରେ ଶ୍ରମିକ ମାନେ ଉପସ୍ଥିତ ଥିଲେ । ଆଗାମୀଦିନ ସଙ୍ଗଠନକୁ ମଜବୁତ କରି ଶ୍ରମିକମାନଙ୍କ ହିତ ପାଇଁ ଶ୍ରମିକ ସଙ୍ଗଠନ କାର୍ଯ୍ୟ କରିବ ବୋଲି ନୂତନ ଭାବେ ମନୋନୀତ କର୍ମାକାର୍ତ୍ତା ମତପ୍ରକାଶ କରିଥିଲେ ।

jay balangir
Leave A Reply

Your email address will not be published.

17 + nineteen =

error: Content is protected !!