pakka

ରମ୍ଭା ଗାୟତ୍ରୀ ଶକ୍ତିପୀଠରେ ଦେଶାତ୍ମବୋଧକ ବହୁଭାଷୀ କବିତା ଆସର

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ସହର ସ୍ଥିତ ଗାୟତ୍ରୀ ଶକ୍ତିପୀଠ ପ୍ରଜ୍ଞା ଭବନରେ ସମ୍ବାଦ ସାହିତ୍ୟ ଘର ବିଜ୍ଞାପିତ ଅଞ୍ଚଳ ପରିଷଦ ରମ୍ଭା ଓ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ସ୍ମୃତି ସାହିତ୍ୟ ଓ ସାଂସ୍କୃତିକ ପରିଷଦର ମିଳିତ ସହଯୋଗରେ ୭୫ ତମ ପବିତ୍ର ସ୍ୱାଧୀନତା ଦିବସ ପାଳନ ସହ ଏକ ଦେଶାତ୍ମବୋଧକ ବହୁଭାଷୀ କବିତା ଆସର ଓ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରମ୍ଭା ଗାୟତ୍ରୀ ଶକ୍ତିପୀଠର ପରିବ୍ରାଜକ ଧରମ ଦାସଙ୍କ ବେଦମନ୍ତ୍ର ଧ୍ୱନି ଓ ଜୟକୃଷ୍ଣ ତ୍ରିପାଠୀଙ୍କ ପୌରହିତ୍ୟରେ ଆରମ୍ଭ ହୋଇଥିବା ଏହି ଆସରରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସ୍ୱାଭିମାନ ମଞ୍ଚ ପୁରୀର ସଭାପତି ରାଧାକାନ୍ତ ଦାଶ, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ କେନ୍ଦୀୟ ଶ୍ରମ କମିଶନର ତ୍ରିନାଥ ବେହେରା, ରମ୍ଭା ଏନ୍‌ଏସିର ପୂର୍ବତନ ନଗରପାଳ ସୁବାସ ଚନ୍ଦ୍ର ପଣ୍ଡା, ଉତ୍କଳ ସ୍ୱାଭିମାନ ମଞ୍ଚର ସମ୍ପାଦକ ଡ଼.ପ୍ରଭାକର ତ୍ରିପାଠୀ, ଅର୍ଜୁନ ପରମଗୁରୁ, ମୁଖ୍ୟବକ୍ତା ଭାବେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଦକ୍ଷିଣ-ପୂର୍ବ ଉପଯୋନ ବ୍ରହ୍ମପୁର ସଂଯୋଜକ ଡ. ବୃନ୍ଦାବନ ମିଶ୍ର, ରମ୍ଭା ସମ୍ବାଦ ସାହିତ୍ୟ ଘରର ଉପଦେଷ୍ଟା ସାର୍ଥକ କୁମାର ନାୟକ ସଂଯୋଜକ ଓ ପ୍ରକୃତି ବନ୍ଧୁ ଶିକ୍ଷକ ତଥା ସମ୍ବାଦ ସାହିତ୍ୟ ଘରର ସଂପାଦକ ଶେଷଦେବ ବେହେରା ମଞ୍ଚାସୀନ ରହି ଭାରତୀୟ ମୁକ୍ତି ସଂଗ୍ରାମରେ ଉତ୍ସର୍ଗୀକୃତ ବଳିଦାନୀଙ୍କର ଯନ୍ତ୍ରଣା ଜର୍ଜରିତ ଜୀବନୀ ଉପରେ ଆଲୋକପାତ କରିଥିଲେ ।ଶାନ୍ତିକୁଞ୍ଜ ହରିଦ୍ୱାରର ପ୍ରଜ୍ଞାପୁତ୍ର ସନ୍ତୋଷ କୁମାର ଜେନା, ରବୀନ୍ଦ୍ର ଗୌଡ଼ ଓ ପ୍ରଜ୍ଞାନନ୍ଦ ମିଶ୍ରଙ୍କ ଦ୍ୱାରା ପ୍ରାରମ୍ଭିକ ଦେଶାତ୍ମବୋଧକ ସଙ୍ଗୀତ ଗାନ କରାଯାଇଥିଲା । ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ସ୍ମୃତି ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଂପାଦକ ପଞ୍ଚାନନ ଖଟୁଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଦେଶାତ୍ମବୋଧକ ବହୁଭାଷୀ କବିତା ଆସରରେ ୫୦ରୁ ଉର୍ଦ୍ଧ୍ବ କବି ଓ କବୟତ୍ରୀ ସ୍ୱଦେଶ ପ୍ରୀତିର ଗୌରବ ଗାଥା ପୂର୍ଣ୍ଣ ଦେଶାତ୍ମବୋଧକ କବିତା ପାଠ କରିଥିଲେ ।ଏହି ଆସରରେ ପ୍ରହଲ୍ଲାଦ ବେହେରା, ଶିଶିର ଗୌଡ଼, ପ୍ରେମଚାନ୍ଦ ପାତ୍ର, ବନମାଳୀ ବେହେରା, ଭିକାରୀ ବେହେରା, ଦିଲ୍ଲୀପ କୁମାର ମିସ୍ତ୍ରୀ, ବସନ୍ତ ସାସମଲ, ପଞ୍ଚାନନ ଖଟୁଆ, ଆଲୋକ ରଞ୍ଜନ ନାହାକ, ଲକ୍ଷ୍ମଣ ନାହାକ, ଶେଷଦେବ ବେହେରା, ବଟକୃଷ୍ଣ ତ୍ରିପାଠୀ, ଜୟକୃଷ୍ଣ ତ୍ରିପାଠୀ, ଦିବାକର ବେହେରା, ସୀତା ରତ୍ନମାଳା ବେହେରା, ମନୋଜ କୁମାର ବେହେରା, ରାଜେଶ ମହାରଣା, ଅନୁଜ ବେହେରା, କେଶବ ବେହେରା, ବ୍ରଜବନ୍ଧୁ ବେହେରା, ପ୍ରଶାନ୍ତ କୁମାର ବେହେରା, ଅର୍ଜୁନ ପରମଗୁରୁ, ଡ଼ ବୃନ୍ଦାବନ ମିଶ୍ର, ବାସୁଦେବ ସାହୁ, ସୁବାସ ଚନ୍ଦ୍ର ପଣ୍ଡା, ରବି ନାରାୟଣ ମହାନ୍ତି, କୈଳାସ ଚନ୍ଦ୍ର ସାହୁ, ପ୍ରଜ୍ଞା ମିଶ୍ର, ରବିନ୍ଦ୍ର ବେହେରା, ସି.ରାମାୟା ପାତ୍ର, ଅଭିମନ୍ୟୁ ପରିଡା ଆଦି କବିମାନେ ସେମାନଙ୍କର ସ୍ୱରଚିତ ଦେଶାତ୍ମବୋଧକ କବିତା ପାଠ କରିଥିଲେ । ପଠିତ କବିତା ଗୁଡ଼ିକୁ ବରିଷ୍ଠ କବି ପ୍ରହଲ୍ଲାଦ ବେହେରା ସମୀକ୍ଷା କରିଥିଲେ । ଏହି ଅବସରରେ ଦୁଇ ପ୍ରକୃତିବନ୍ଧୁ ଶେଷଦେବ ବେହେରା ଓ ପଞ୍ଚାନନ ଖଟୁଆଙ୍କୁ ସମ୍ବାଦ ସାହିତ୍ୟ ଘର ତରଫରୁ ଶୁଭେଚ୍ଛା ଜଣାଇବା ସହିତ ଅତିଥି ମାନଙ୍କ ଦ୍ୱାରା କବି ଓ କବୟତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ସମ୍ବାଦ ସାହିତ୍ୟ ଘରର ସହସଂପାଦକ ବଟକୃଷ୍ଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆସରକୁ ଉମାକାନ୍ତ ସାହୁ, କୂଳଦୀପ ପ୍ରଧାନ, ଉପେନ୍ଦ୍ର ବେହେରା ଓ ଅରୁଣା ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

20 + 13 =