oom

ପିପିଲିରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

jsmm

ପିପିଲି : ପିପିଲି ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ କୋଭିଡ୍‍ ଅନୁପାଳନ ମଧ୍ୟରେ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପିପିଲି ବ୍ଳକ ବିଜେଡି ସଭାପତି ପ୍ରଫୁଲ୍ଲ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ପିପିଲି ଦାୟିତ୍ୱରେ ଥିବା ବିଜେଡି ଦଳର ସହ-ପର୍ଯ୍ୟବେକ୍ଷକ ପ୍ରମୋଦ କୁମାର ସାମଲ, ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ଡେଲାଙ୍ଗ ବ୍ଲକ ବିଜେଡି ସଭାପତି ବୈରାଗୀ ଜେନା, ପିପିଲି ବ୍ଳକ ଆତ୍ମା କମିଟିର ଅଧ୍ୟକ୍ଷ ଧରଣୀଧର ସାହୁ, ବିଜୁ ଯୁବ ଜନତା ଦଳର ପୁରୀ ଜିଲ୍ଲା ସଭାପତି ନାରାୟଣ ସ୍ୱାଇଁ, ଜିଲା ବିଜେଡି ସାଧାରଣ ସଂପାଦକ କିଶୋର ଛୋଟରାୟ, ସଂପାଦକ ସତ୍ୟଜିତ ରାୟଚୌଧୁରୀ, ବରିଷ୍ଠ ନେତା ଇଶ୍ୱର ପ୍ରସାଦ ଦାଶ, ଶରତ କୁମାର ବେହେରା, ପୂର୍ବତନ ପୌରାଧ୍ୟକ୍ଷ ସେକ୍‍ ବାବୁ, ନାରୀନେତ୍ରୀ ଝୁନାମଣୀ ମଲ୍ଲିକ, ମମତା ମଲ୍ଲିକ, ପିପିଲି ଏନ୍‍ଏସି ଯୁବ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ସାହୁ, ଯୁବନେତା ଲିଙ୍କନ ପଟ୍ଟନାୟକ, ସେକ ଆବିଦ ଉଦ୍ଦିନ, ଛାତ୍ରନେତା ଫାଜଲ ଖାଁ ପ୍ରମୁଖ ଯୋଗଦେଇ ବିଜୁ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିବା ସହ ଓଡିଶା ପ୍ରତି ଥିବା ତାଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ ।

jittmm
Leave A Reply

Your email address will not be published.