om academy

ପଣ୍ଡିତ ପ୍ରୟାଗଦତ୍ତ ଯୋଶୀଙ୍କ ୧୦୯ତମ ଜୟନ୍ତୀ ପାଳିତ

jsm
  • କୋସଲୀ ଭାଷା ହିଁ କୋସଲାଞ୍ଚଳର ଭାବଗତ ପରିଚିତି

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋସଲୀ ଭାଷା ହିଁ ସମଗ୍ର କୋସଲାଞ୍ଚଳର ଭାବଗତ ସାମୂହିକ ପରିଚିତି । ଦୀର୍ଘ ଗବେଷଣା ଓ ସାଧନା ପରେ ଏହାକୁ ସର୍ବସ୍ୱୀକୃତ କରିବାରେ ପଣ୍ଡିତ ପ୍ରୟାଗଦତ୍ତ ଯୋଶୀଙ୍କ ଅବଦାନ ଉଲ୍ଲେଖନୀୟ । ବାସ୍ତବରେ ସ୍ୱର୍ଗତ ଯୋଶୀ କୋସଲାଞ୍ଚଳର ସ୍ୱାଭିମାନର ଅସଲ ପ୍ରତୀକ ବୋଲି ବକ୍ତାମାନେ ସ୍ଥାନୀୟ ଯାଦବ ଭବନଠାରେ ଅନୁଷ୍ଠିତ ପଣ୍ଡିତ ପ୍ରୟାଗଦତ୍ତ ଯୋଶୀଙ୍କ ୧୦୯ତମ ଜୟନ୍ତୀ ସଭାରେ କହିଛନ୍ତି । ସାମ୍ବାଦିକ ବିଭୁ କଲ୍ୟାଣ ଗଡତ୍ୟାଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ଅତିଥି ତଥା ବକ୍ତା ଭାବରେ କୋସଲବାଦୀ ନେତା ତଥା ବଲାଙ୍ଗିର ନାଗରିକ କମିଟି ସାଧାରଣ ସମ୍ପାଦକ ମନୋରଞ୍ଜନ ସାହୁ, ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା, ସାମ୍ବାଦିକ ବୀରେନ୍ଦ୍ର କୁମାର ଝାଙ୍କର ଓ ଟିଟିଲାଗଡ ଡିଏଭି କଲେଜର ଅଧ୍ୟାପକ ଜୟଦେବ କର ମଞ୍ଚାସୀନ ହୋଇଥିଲେ । ପଣ୍ଡିତ୍‌ ଯୋଶୀ ଦୀର୍ଘ ଗବେଷଣା ପରେ ଏ ଅଞ୍ଚଳର ଭାଷାଗତ ଐକ୍ୟବଦ୍ଧତା ନେଇ କୋସଲୀ ଭାଷାର ଯାଥାର୍ଥ ନାମକରଣ କରିଥିଲେ । ତାଙ୍କ ଜନ୍ମ ଦିନକୁ କୋସଲାଞ୍ଚଳରେ କୋସଲୀ ସ୍ୱାଭିମାନ ଦିବସ ଭାବେ ମଧ୍ୟ ପାଳନ କରାଯାଇ ଆସୁଛି । ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ କୌତୁକ ପନ୍ଦର, ଜଗନ୍ନାଥ ସାହୁ, ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ରାଜେଶ ଝାଙ୍କର, ମୀନକେତନ ମାଝୀ, ଚାଷୀ ନେତା ଅରୁଣ ମିଶ୍ର, ସୁରୁଲାଲ ମଟାରୀ, ସୁନୀଲ ମହାନ୍ତି, ଯୁଧିଷ୍ଟିର ମେହେର, ସଂଜୟ ମିଶ୍ର, ପ୍ରଶାନ୍ତ ମହାକୁର, ଅଶୋକ ନନ୍ଦ, ବିନୋଦ କାଲସାଏ, ଜୟଦେବ ଜାଲଙ୍କ ସମେତ ବଲାଙ୍ଗିର ସହରର ବୁଦ୍ଧିଜୀବୀ, କୋସଲୀ ଭାଷା ପ୍ରେମୀ ତଥା ବିଭିନ୍ନ କଲେଜ ଛାତ୍ରମାନେ ଉପସ୍ଥିତ ଥିଲେ । ଶେଷରେ ସାମାଜିକ କର୍ମୀ ରଞ୍ଜିତ ମିଶ୍ର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.