ଏପିଏସ୍‌ ମହାବିଦ୍ୟାଳୟରେ ଭୀମଭୋଇ ଜୟନ୍ତୀ

  • ଓଡିଆ ଭାଷା ଓ ସାହିତ୍ୟରେ ସନ୍ଥକବିଙ୍କ ଅତୁଳନୀୟ ଅବଦାନ ରହିଛି

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ରୋତ ପଂଚାୟତ ସମିତି ମହାବିଦ୍ୟାଳୟ ବାଣୀନିକେତନରେ ଓଡିଆ ଓ ଭାଷା ସାହିତ୍ୟ ବିଭାଗ ତରଫରୁ ସନ୍ଥକବି ଭୀମଭୋଇ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡିଆ ଭାଷା ଓ ସାହିତ୍ୟ ଜଗତରେ ମହିମାଧର୍ମର ଆଦ୍ୟକବି ସନ୍ଥ ଭୀମଭୋଇଙ୍କ ଅତୁଳନୀୟ ଅବଦାନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ସ୍ମାର୍ଟ ରୁମ୍‌ରେ ଅନୁଷ୍ଠିତ ଜୟନ୍ତୀ ସଭାରେ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ରଥ ସଭାପତିତ୍ୱ କରିଥିଲେ । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସମ୍ବଲପୁରର ପ୍ରାକ୍ତନ ଭୀମଭୋଇ ଚେୟାର ପରସନ ପ୍ରଫେସର ଡ.ସନ୍ତୋଷ କୁମାର ରଥ ମୁଖ୍ୟବକ୍ତା ଆକାରରେ ଯୋଗଦାନ କରିଥିଲେ । ସେହିପରି ମହାବିଦ୍ୟାଳୟର ପ୍ରାକ୍ତନ ଓଡିଆ ପ୍ରାଧ୍ୟାପକ ଡ. ଅରୁଣ କୁମାର ନାଏକ ମୁଖ୍ୟଅତିଥି ଓ ଆଗଲପୁର ବ୍ଲକ ସାମ୍ବାଦିକ ବିରାଜନନ୍ଦ ପାଢ଼ୀ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ । ଓଡିଆ ଭାଷା ଓ ସାହିତ୍ୟରେ ସନ୍ଥକବି ଭୀମ ଭୋଇଙ୍କ ସାହିତ୍ୟ ସାଧନା ଓ ମହିମାଧର୍ମ ଉପରେ ତଥ୍ୟ ଭିତ୍ତିକ ଆଲୋଚନା ଉପସ୍ଥାପନା କରିଥିଲେ । ଅଧ୍ୟାପକ ଡ. ଲିଙ୍ଗରାଜ ମେହେର ଅତିଥି ପରିଚୟ ପ୍ରଦାନ କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅଧ୍ୟାପକ ସୋମନାଥ ପଧାନଙ୍କ ନିର୍ଦ୍ଦେଶନାରେ ପ୍ରାରମ୍ଭିକ ସଙ୍ଗୀତକୁ ଛାତ୍ରୀ ଝରଣା ସାହୁ, ଅମିଶା ପଟେଲ, କବିତା ସାହୁ, ବବଲି ବାରିକ, ନନ୍ଦିନୀ ମେହେର, ସରସ୍ୱତୀ ମାଝୀ ପ୍ରମୁଖ ସନ୍ଥକବି ଭୀମଭୋଇଙ୍କ ଦ୍ୱାରା ରଚିତ ବନ୍ଦଇ ପାଦପଦ୍ମକୁ ଗାନ କରିଥିଲେ । ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ରଥ ଆଗଲପୁର ପଂଚାୟତ ମହାବିଦ୍ୟାଳୟ ବାଣୀନିକେତନରେ ପ୍ରତିବର୍ଷ ସନ୍ଥକବି ଭୀମଭୋଇ ଜୟନ୍ତୀ ଉତ୍ସବ ପାଳନ କରିବାକୁ କହିଥିବା ବେଳେ ଏଠାରେ ଭୀମଭୋଇଙ୍କ ଏକ ପ୍ରତିମୂର୍ତି ସ୍ଥାପନ କରିବା ସହ ଆସନ୍ତା ବୈଶାଖ ପୂର୍ଣ୍ଣିମା ଦିନ କବିଙ୍କ ମହିମା ଖଲିଆପାଲିରୁ ସାଧନାପୀଠକୁ ଏକ ମଶାଲ ଶୋଭାଯାତ୍ରା ସହ ଜୟନ୍ତୀକୁ ଆହୁରି ଆକର୍ଷଣ କରାଯିବ ବୋଲି ଘୋଷଣା କରିଥିଲେ ।
ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ସମେତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟାପକ ସୋମନାଇ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସତ୍ୟବ୍ରତ, ବିରେନ୍ଦ୍ର, ସାଗରିକା, ମୋନାଲିସା, ମୌସୁମୀ, ନିକିତା, ଆନ୍ଦୋଳନ ଓ ଶିବାନୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

1 × 3 =