ଦେଓଗାଁ ହାଇସ୍କୁଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ହାଇସ୍କୁଲ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ପଟକୁ ଦେଓଗାଁ ରାସ୍ତାରେ ଏକ ଟ୍ରାକ୍ଟର ଆସୁଥିବା ବେଳେ ପଛପଟୁ ଏକ ଆମ୍ବ ବୋଝେଇ ପିକ୍‌ଅପ୍‌ ଗାଡି ଟ୍ରାକ୍ଟରକୁ ଓଭର ଟେକ୍‌ କରି ଟ୍ରାକ୍ଟର ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ପିକ୍‌ଅପ୍‌ ଗାଡିଟି ହୁ ହୁ ହୋଇ ଜଳି ଉଠିଥିବା ବେଳେ ପିକ୍‌ଅପ୍‌ ଗାଡିର ଡ୍ରାଇଭର ଗାଡି ଭିତରେ ହିଁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ତେବେ ଡ୍ରାଇଭରଙ୍କ ଏ ପର୍ଯ୍ୟନ୍ତ ପରିଚୟ ମିଳିପାରି ନଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ଦେଓଗାଁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି ।

Leave A Reply

Your email address will not be published.

16 − 9 =