jsm

ଦହିତାରେ ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜାନୁଆରୀ ୨୩ ମଙ୍ଗଳବାର ନାକା ପଡିଆଠାରେ ନେତାଜୀ କ୍ଲବ ଦହିତା ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । କ୍ଲବ ସଭାପତି ସରୋଜ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀ ସଭାରେ ବୁଦ୍ଧଦେବ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ସୁଶାନ୍ତ ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟ ମକରଧ୍ୱଜ ବଗାର, ସରପଞ୍ଚ ଦମୟନ୍ତୀ ପାଣ୍ଡେ, ଦାଶରଥି ହୋତା, ସୁରେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରି ଉଭୟ ମହାପୁରୁଷଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏ ଅବସରରେ କବି ସମ୍ମିଳନୀ ଏବଂ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କବି ମୁନିରାମ କୁମ୍ଭାର, ଅଧିକାରୀ ସା, ନକୁଳ ମେହେର କବିତା ପାଠ କରିଥିଲେ । ମୁରଲୀ କ୍ରିଷ୍ଣା ଫାଉଣ୍ଡେସନ୍‌ ବରଗଡ଼ ତରଫରୁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ସୁବଳ ସାହୁ ସଭା ସଞ୍ଚାଳନ କରିଥିଲେ ଏବଂ ସମ୍ପାଦକ ଅନନ୍ତ ପାଣିଗ୍ରାହୀ ଧନ୍ୟବାଦ ଜ୍ଞାପନ କରିଥିଲେ । ଦେବରାଜ ମେହେର, କିଶୋର ଭୋଇ, ବାସୁଦେବ ପାଣିଗ୍ରାହୀ, ନୀତେଶ ବାଗ, ଫଟୁ ବାରିକ, ସନ୍ତୋଷ ରଣା, ଅର୍ଜୁନ ମେହେର, ସୁବାଷ ରଣା, ଚନ୍ଦ୍ରଭାନୁ ମେହେର, ସଞ୍ଜୟ ସାହୁ, ନୀଳମଣି ସାହୁ, ଦେବେନ୍ଦ୍ର ନାଏକ, ନରସିଂହ ବାରିକ, ଖଗେଶ୍ୱର ମେହେର, ସୁଦର୍ଶନ ମେହେର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.