pakka

ଆରମ୍ଭ ହୋଇଛି ଦେବୀ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା

bbehera

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲାର ଆରାଧ୍ୟ ମା’ ତାରାତାରିଣୀଙ୍କ ପାରମ୍ପରିକ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି । ପ୍ରଥମ ପାଳି ଭୋରରୁ ହିଁ ଭକ୍ତଙ୍କ ବେଶ୍ ସମାବେଶ ଦେଖିବାକୁ ମିଳିଛି । ହଜାର ହଜାର ଭକ୍ତ ଧାଡ଼ି ଲଗାଇ ଦେବୀଙ୍କ ଦର୍ଶନ କରୁଛନ୍ତି । ଭୋର ୫.୨୦ରେ ମଙ୍ଗଳ ଆଳତି ସାଙ୍ଗକୁ ସାହାଣମେଳା ପରେ ଶ୍ରଦ୍ଧାଳୁମାନେ ଦେବୀ ଦର୍ଶନ ଆରମ୍ଭ କରିଥିଲେ । ତା’ ପୂର୍ବରୁ ବହୁ ଭକ୍ତ ନିଜ ପିଲାମାନଙ୍କର ମୁଣ୍ଡନ କରାଇଥିଲେ । ଯାତ୍ରା ଦୃଷ୍ଟିରୁ ମନ୍ଦିରକୁ ସୁସଜ୍ଜିତ କରାଯାଇଛି । ଗତକାଲି ରାତିରୁ ହିଁ ପୀଠ ପାଦଦେଶରେ ଭକ୍ତମାନେ ରୁଣ୍ଡ ହେବା ଆରମ୍ଭ କରିଥିଲେ । ହଜାର ହଜାର ଭକ୍ତଙ୍କ ସମାଗମକୁ ନଜରରେ ରଖି ଜିଲ୍ଲା ପ୍ରଶାସନ, ପୁଲିସ ଓ ମନ୍ଦିର ପରିଚାଳନା କମିଟି ଦ୍ଵାରା ବ୍ୟାପକ ବ୍ୟବସ୍ଥା କରାଯାଇଛି । ପାନୀୟ ଜଳ ଯୋଗାଣ, ପାହାଡ଼ ତଳଭାଗରୁ ମନ୍ଦିର ପର୍ଯ୍ୟନ୍ତ ସ୍ଵତନ୍ତ୍ର ବସ୍ ଚଳାଚଳ, ସୁରକ୍ଷା ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା, ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍‌ପି ଜଗମୋହନ ମୀନା ଉପସ୍ଥିତ ରହି ଆୟୋଜନକୁ ଅନୁଧ୍ୟାନ କରିଛନ୍ତି ।

Leave A Reply

Your email address will not be published.

14 − 2 =