om academy

ଜାତୀୟ ରାଜପଥରେ ଦୁର୍ଘଟଣା, ଜଣେ ମୃତ, ଜଣେ ଆହତ : ଧକ୍କା ଦେଇ ଗାଡ଼ି ଫେରାର

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ସକାଳ ପ୍ରାୟ ୮.୧୫ ମିନିଟ ସମୟରେ ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥରେ ଦେଓଗାଁ ପଟରୁ ବଲାଙ୍ଗିର ପଟକୁ ବାଇକରେ ଯାଉଥିବା ଦୁଇଜଣ ଯୁବକଙ୍କୁ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଗାଡ଼ି ପଛପଟେ ବସିଥିବା ଯୁବକର ମୃତ୍ୟୁ ହୋଇଥିବା ବେଳେ ଗାଡ଼ି ଚଲାଉଥିବା ଯୁବକ ଆହତ ହୋଇ ବଲାଙ୍ଗିର ଭୀମ ଭୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ପ୍ରକାଶ ଥାଉକି ଶୁକ୍ରବାର ସକାଳେ ଦେଓଗାଁ ବ୍ଳକ ସାଲେପାଲି ପଞ୍ଚାୟତ ବଡ଼ଡୁଙ୍ଗୁରିପାଲି ଗାଁର ବିନୋଦ ବୁଡ଼େକ (୨୩) ଓ ସହଦେବ ବୁଡ଼େକ (୨୬) ବାଇକ ନମ୍ବର ଓଡି୩୧ଇ ୯୬୨୦ରେ ବଲାଙ୍ଗିର ପଟକୁ ଯାଉଥିଲେ । ଘଟଣାକୁ ଅନୁମାନ କରି ସେହି ବଲାଙ୍ଗିର ପଟକୁ ଯାଉଥିବା ଏକ ଭାରିଯାନ ଧକ୍କା ଦେବାରୁ ଗାଡ଼ି ପଛ ପଟେ ବସିଥିବା ବିନୋଦର ଗୋଡ଼ ଚୁରମାର ହୋଇଯାଇଥିଲା । ଘଟଣା ସ୍ଥଳରୁ ମାତ୍ର ଶହେ ମିଟର ଦୂରତାରେ ଅଗ୍ନୀସେବା କେନ୍ଦ୍ରରେ ଥିବା କର୍ମଚାରୀ କେନ୍ଦ୍ରଧିକାରୀ ଆଲୋଇସ କାଳୁ, ଗାଡ଼ି ଚାଳକ ଜିତେନ୍ଦ୍ର ସ୍ୱାଇଁ, ଅଗ୍ନୀକ ପ୍ରେମାନନ୍ଦ ବେହେରା, ଇସାକ ବକଲା, ଏସାଇ ମରାଇ ପ୍ରମୁଖ ଘଟଣା ସ୍ଥଳକୁ ଯାଇ ତୁରନ୍ତ ଆହତଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ନେଇଥିଲେ । ଡାକ୍ତରଖାନାରେ ଗୋଡ଼ ଚୁରମାର ହୋଇଥିବା ବିନୋଦ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.