oom

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗଜବନ୍ଧଠାରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗଜବନ୍ଧଠାରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଥିଲା । ପ୍ରଧାନ ଆଚାର୍ଯ୍ୟ ବିଶ୍ୱନାଥ ବଡ଼ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ଉତ୍ସବରେ ମାନନୀୟ ଗୋକୁଳାନନ୍ଦ ସାହୁ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଶିଶୁ ବାଟିକା ଗୁରୁମା ଲିଲିମା ସାହୁ ଓ କୌଶଲ୍ୟା ଗୁରୁମା ଜନ୍ମାଷ୍ଟମୀ ବିଷୟରେ ଆଲୋକପାତ କରିଥିଲେ। ଗୈ।ତମ ଭୋଇ ସଭା ପରିଚାଳନା କରିଥିବା ସ୍ଥଳେ ସମସ୍ତ ଗୁରୁଜୀ,ଗୁରୁମା ସେବକସେବିକା ସହଯୋଗ କରିଥିଲେ। ସଂପାଦକ ଡୋଳାମଣି ସେଠ, ଯୁଗ୍ମ ସମ୍ପାଦକ ଦିଲ୍ଲୀପ କୁମାର ସାହୁ ଓ କୋଷାଧ୍ୟକ୍ଷ ମାନନୀୟ ଭାଗୀରଥି ମେହେରଙ୍କ ତତ୍ୱାବଧାନରେ ବିଭିନ୍ନ ବେଶରେ ଆସିଥିବା ଶିଶୁ ଭାଈଭଉଣୀ ମାନଙ୍କୁ ନେଇ ପଧାନପାଲି ଗ୍ରାମରେ ନଗର ପରିକ୍ରମା କରାଯାଇଥିଲା। କୁଇବାହାଲ ସରପଞ୍ଚ ସୁଦାମ ପଧାନଙ୍କ ତତ୍ୱାବଧାନରେ ପଧାନପାଲି ଗ୍ରାମବାସୀଙ୍କ ଦ୍ୱାରା ଶିଶୁ ଭାଈଭଉଣୀ ମାନଙ୍କ ପାଇଁ ବାଳଭୋଗର ବ୍ୟବସ୍ଥା ସହିତ ସମସ୍ତ ପ୍ରକାର ସହଯୋଗ କରିଥିଲେ। ପରେ ସିଲଯୁରୀ ଗ୍ରାମରେ ମଧ୍ୟ ନଗର ପରିକ୍ରମା କରାଯାଇଥିଲା। ସମସ୍ତ ଅଭିଭାବକ ସହଯୋଗୀ ହୋଇଥିଲେ।

jittmm
Leave A Reply

Your email address will not be published.