csstore

ପ୍ରଭାବତୀ ପବ୍ଲିକ ସ୍କୁଲରେ କୃଷ୍ଣ ଜନ୍ମୋତ୍ସବ ମହାଆଡମ୍ବରରେ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ଓ ଦହିହାଣ୍ଡି ଉତ୍ସବ ଟିଟିଲାଗଡ଼ ପିପଲପଦର ସ୍ଥିତ ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍କୁଲର ନର୍ସରୀ ରୁ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ନିଜକୁ ଶ୍ରୀକୃଷ୍ଣ ଓ ରାଧା ବେଶରେ ସଜ୍ଜିତ କରି କାର୍ଯ୍ୟକ୍ରମରେ ସମ୍ମିଳିତ ହୋଇଥିଲେ ଓ ମନୋଜ୍ଞ ନୃତ୍ୟ ପରିବେଷଣ କଲେ । ବିଦ୍ୟାଳୟର ପ୍ରଶାନ୍ତ ପଟ୍ଟନାୟକ (ଟୁଲୁ ସାର) ଓ ସସ୍ମିତା ଶଡଙ୍ଗି ଏବଂ ଛାତ୍ରଛାତ୍ରୀ ସମୂହ ନୃତ୍ୟ ମାଧ୍ୟମରେ କୃଷ୍ଣଜନ୍ମ ଅଭିନୀତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୃତ୍ୟ, ମାଟିହାଣ୍ଡି ଚିତ୍ରଣ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଉପାଧ୍ୟକ୍ଷ ପିତାମ୍ବର ସାର ଏବଂ ଯୋଗଗୁରୁ ପ୍ରମୋଦ ସାହୁଙ୍କ ସଙ୍ଗୀତ ଏବଂ ମନ୍ତ୍ରପାଠ ପରିବେଶକୁ ଆହୁରି ଆଧ୍ୟାତ୍ମିକତାରେ ଭାରି ଦେଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ସୁନନ୍ଦା ଜତି, ମାନେଜିଂ ଟ୍ରଷ୍ଟି ଶ୍ରୀମତୀ ଶ୍ୟାମଲତା ଅଗ୍ରୱାଲ, ମନେଜିଂ କମିଟି ସଦସ୍ୟ ଉମା ଦେବୀ ଜୈନଙ୍କ ଉପସ୍ଥିତିରେ ବିଦ୍ୟାଳୟର ଆଡମିନ ଡାଇରେକ୍ଟର ସୁଶ୍ରୀ ଧରିତ୍ରୀ ମହାନ୍ତି, ଭାଇସ ପ୍ରିନସିପାଳ ପିତାମ୍ବର ଶର୍ମା, ମୁଖ୍ୟ କୋର୍ଡିନେତର ଅନୁପମା ଚୌଧୁରୀ, ଦୁର୍ଗା ସୋନି, ଭି.ଭି ପାଣି, ମୌମିତା ଚୌଧୁରୀ, ସସ୍ମିତା ଷଡ଼ଙ୍ଗୀ, ସୁନିତା ମିଶ୍ର, ସୁଶିଲ ମଲ୍ଲିକ, ମୋହନ ତାଣ୍ଡି, ଭାସ୍କର ଭୋଇ, ଶତ୍ରୁଘ୍ନ ନାଏକ, ନୃତ୍ୟ ଗୁରୁ ପ୍ରଶାନ୍ତ ପଟ୍ଟନାୟକ, ନୀତିନ ଭଟ୍ଟାଚାର୍ଯ୍ୟ, ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମ ସୁପରିଚାଳନା ଅକୁଣ୍ଠିତ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଉଦୟ ଚନ୍ଦ୍ର ମହାପାତ୍ର ସାର ପରିଚାଳନା କରିଥିଲେ । ଶେଷରେ ବିଦ୍ୟାଳୟର କର୍ମଚାରୀଙ୍କ ଦ୍ଵାରା ଦହିହାଣ୍ଡି କାଯ୍ୟକ୍ରମ ହୋଇଥିଲା । ଉପସ୍ଥିତ ଥିବା ଅଭିଭାବକମାନେ ବିଦ୍ୟାଳୟର ଏହି ଭବ୍ୟ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଛନ୍ତି ।

jayashree
Leave A Reply

Your email address will not be published.