pakka

ବିଜୁ ଜନତା ଦଳ କାର୍ଯ୍ୟାଳୟ ଉଦ୍‌ଘାଟିତ

bbehera

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁରଠାରେ ନରଲା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର କାର୍ଯ୍ୟାଳୟକୁ ବିଧାୟିକା ପ୍ରାର୍ଥୀନୀ ମନୋରମା ମହାନ୍ତି ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ପରେ ଏକ ସଭା ଆୟୋଜନ କରାଯାଇଥିଲା । ଏଥିରେ ଚଳିତ ନିର୍ବାଚନରେ କିଭଳି ବିଜୁ ଜନତା ଦଳର ବିଧାୟିକା ପ୍ରାର୍ଥୀନୀ ମନୋରମା ମହାନ୍ତିଙ୍କୁ ବିଜୟୀ କରାଯିବ ତା ଉପରେ ଆଲୋଚନା କରାଯାଇଥିଲା । ବିଭିନ୍ନ ପଞ୍ଚାୟତରୁ ଆସିଥିବା କର୍ମୀମାନେ ନିଜ ନିଜର ମତାମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲା ସଂପାଦକ ଟିକେଲାଲ ସାହୁ, ଜିଲ୍ଲା ବିଜୁ ଜନତା ଦଳ ଯୁବ ସଭାପତି ଆଦିତ୍ୟ ନନ୍ଦ, ମ. ରାମପୁର ବ୍ଳକ୍‌ ସଭାପତି ଗୋବିନ୍ଦ ପ୍ରସାଦ ଶତପଥୀ, ନରଲା ବ୍ଳକ୍‌ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଯୁବ ନେତା ବିକାଶ ରଞ୍ଜନ ସିଂହଦେଓ, ପଞ୍ଚାୟତ ସଭାପତି ପ୍ରଦୀପ ପାଣିଗ୍ରାହୀ, ବ୍ଳକ୍‌ ଯୁବ ସଭାପତି ସତ୍ୟ ନାରାୟଣ ସାହୁ, ପୂର୍ବତନ ବ୍ଳକ୍‌ ଅଧ୍ୟକ୍ଷ ଜୀବେଶ ପଣ୍ଡା, ଭବାନୀ ସାହୁ, ରାକେଶ ଶତପଥୀ, ପ୍ରେମ ସାଗର ନାଏକ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.

three + 3 =