pakka

ସର୍ଟସର୍ଟିକ ଯୋଗୁଁ ଜଳିଗଲା ୧୨ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

bbehera

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ପଣ୍ଡୁଆ ଗାଁରେ ସର୍ଟସର୍ଟିକ ଯୋଗୁଁ ଜଳିଗଲା ୧୨ ବଖରା ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଖବର ଅନୁଯାୟୀ, ଆନନ୍ଦପୁର ଥାନା ଶାଳବଣି ପଞ୍ଚାୟତ ପଣ୍ଡୁଆ ଗାଁରେ ସର୍ଟସର୍କିଟ ଯୋଗୁଁ ଲାଗିଥିଲା ନିଆଁ । ଏହି ଅଗ୍ନିକାଣ୍ଡରେ ରଥିଆ ନାଏକ, ଫୁଲମଣି ନାଏକ, ରାମ ନାଏକ , ମଦନ ନାଏକଙ୍କର ୧୨ ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି । ଏହାସହ ଘରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ତେବେ ନିଆଁ ଲିଭାଇବାକୁ ଗ୍ରାମବାସୀ ବହୁ ଚେଷ୍ଟା କରିଥିଲେ ସୁଦ୍ଧା ନିଆଁକୁ ଆୟତ୍ତ କରିପାରିନଥିଲେ । ଶେଷରେ ଆନନ୍ଦପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

18 + five =

error: Content is protected !!