pakka

ହଂସପାଳ ଛକରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣା, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

bbehera

ବାଲିପାଟଣା : ପାହାଳ ଥାନା ହଂସପାଳ ଛକରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣାର ୩ ଦିନ ପରେ ପୋଲିସକୁ ମିଳିଲା ସଫଳତା । ପାହାଳ ଥାନା ପୋଲିସ ଦ୍ୱାରା ୨ଜଣ ଅଭିଯୁକ୍ତ ଥାନାରେ ଅଟକ ରହିଛନ୍ତି । ଅଭିଯୁକ୍ତଙ୍କୁ ଅଟକ ରଖି ଜେରା କରୁଛି ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ଗତ ଶନିବାର ଦିନ ଗାଡି ରଖିବାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ହଂସପାଳ ଗାଁର କେଦାରନାଥ ନାୟକଙ୍କୁ ଅଟକ ଥିବା ୨ ଜଣ ବ୍ୟକ୍ତି ଖଣ୍ଡାରେ ଆକ୍ରମଣ କରିଥିଲେ । ଏଥିରେ କେଦାରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ସେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗଣ୍ଡଗୋଳ ଘଟଣାରେ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି ।

jay balangir
Leave A Reply

Your email address will not be published.

5 × one =

error: Content is protected !!