pakka

ଲଘୁ ଖଣିଜ ଦ୍ରବ୍ୟ ଚାଲାଣରେ ଜାଲିଆତି : ଜାଲ ରସିଦ ଦ୍ଵାରା ବର୍ଷ ବର୍ଷ ଧରି ଲୁଟୁଛନ୍ତି କୋଟି କୋଟି ଟଙ୍କା, ରାଜସ୍ୱ ହରାଉଛନ୍ତି ସରକାର

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ରୋକିବା ପାଇଁ ରାଜ୍ୟ ସରକାର ଯେତେ ନିୟମ ତିଆରି କରୁଛନ୍ତି, ଅସାଧୁ ବ୍ୟବସାୟୀମାନେ ସେତେ ବାଟ ଭାଙ୍ଗି ଲୁଟି ଚାଲିଛନ୍ତି । ଫଳରେ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ଦେଖିବାକୁ ମିଳୁଛି । ଏହି ବ୍ୟବସାୟ ସହ ସାମିଲ ହୋଇଛନ୍ତି କ୍ରସର ମାଲିକମାନେ । ଲିଜ୍‌ଧାରୀମାନେ ଜାଲ ପରିବହନ ରସିଦ ମାଧ୍ୟମରେ ବର୍ଷ ବର୍ଷ ଧରି ଲଘୁ ଖଣିଜ ଦ୍ରବ୍ୟ ଲୁଟ କରି ଚାଲିଛନ୍ତି । ଏପରି କି ଠକେଇ ସମ୍ପର୍କରେ ରାଜସ୍ୱ ବିଭାଗର ଅଧିକାରୀମାନଙ୍କ ପାଖେ ସଠିକ ଖବର ରହିଛି, ହେଲେ ସରକାରୀ ବାବୁ ଚୁପ୍‌ ରହିବା କାରଣକୁ ନେଇ ସନ୍ଦେହ ଘନୀଭୂତ ହେଉଛି । ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ବାବଦରେ ରାଜ୍ୟ ସରକାର ଯେଉଁ ହାରରେ ଲାଭ ଉଠାଇବା କଥା ସେଥିରୁ ବଞ୍ଚିତ ହେଉଛନ୍ତି । କିଛି ଅସାଧୁ ଯୋଗାଣକାରୀ ରାଜସ୍ୱ ବିଭାଗର ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ପାଇଁ ଆବଶ୍ୟକୀୟ ରସିଦ ବ୍ୟବହାର କରୁନାହାନ୍ତି । ଗତ କିଛି ବର୍ଷ ହେଲା ନଦୀଗୁଡ଼ିକରୁ ବେଆଇନ ବାଲି ଖନନ ଏବଂ ପାହାଡ଼ କାଟି ବେଆଇନ ପଥର ଖନନ ରୋକିବା ଲାଗି ସରକାର ନିର୍ଦେଶ ଦେଇଥିଲେ । ହେଲେ ଏହି ନିର୍ଦେଶକୁ ବେଖାତିର କରୁଛନ୍ତି ରାଜସ୍ୱ କର୍ମଚାରୀମାନେ । ଖଣିଜ ଦ୍ରବ୍ୟ ପରିବହନକାରୀ ଯାନକୁ ଏକ ୱାଇ ଫର୍ମ ଦେଖାଇବାକୁ ହେବ । ଏ ସବୁ ଫର୍ମ ଲିଜ୍‌ଧାରୀ ପରିବହନ କରୁଥିବା ଗାଡ଼ି ମାଳିକଙ୍କୁ ଦେବେ । ଫଳରେ ଲିଜଧାରୀ କେତେ ଲଘୁଖଣିଜ ଦ୍ରବ୍ୟ ଉତ୍ତୋଳନ କରୁଛନ୍ତି, ତାହା ମଧ୍ୟ ସରକାରଙ୍କ ଠାରେ ସଠିକ ହିସାବ ରହିବ । ସରକାର ଏହି ଆକଳନ ଅନୁସାରେ ରାଜସ୍ୱ ଅର୍ଜନ କରିଛନ୍ତି ବୋଲି ଜଣାପଡ଼ିବ । ବାଲି ଘାଟ ଓ ପଥର ଖଣି ଲିଜ୍‌ଧାରୀ ରାଜ୍ୟ ସରକାରଙ୍କ ଠାରୁ ପାଇଥିବା ଫର୍ମକୁ ମାଲ ପରିବହନ ସମୟରେ ପ୍ରଦାନ କରିଥାନ୍ତି । ଗତ କିଛି ମାସ ହେଲା ଦ୍ରବ୍ୟ ସେବାକର(ଜିଏସଟି) ବ୍ୟବସ୍ଥା ଲାଗୁ ହେବା ପରେ କ୍ରସର ମାଲିକମାନେ ଚାଲାଣ ସମୟରେ ଚାଳକଙ୍କୁ ଜିଏସଟି ରସିଦ ପ୍ରଦାନ କରିବା ନିୟମ ରହିଛି । ରାଜ୍ୟ ସରକାର ଏପରି କିଛି ଫର୍ମ ଦେଇ ନ ଥିବାରୁ ଜାଳିଆତି କରି କିଛି କ୍ରସର ମାଲିକ ଓ ସପ୍ଲାୟର୍ସମାନେ ଜାଲ ଫର୍ମ ମାଧ୍ୟମରେ ଶହ ଶହ ଟ୍ରିପ ବାଲି, ପଥର ଚୋରା କାରବାର କରୁଥିବା ଜଣାପଡ଼ିଛି । ଏହା ଦ୍ୱାରା ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଇ ବସିଛନ୍ତି ।

jay balangir
Leave A Reply

Your email address will not be published.

four × two =

error: Content is protected !!