pakka

ଆନ୍ତରାଜ୍ୟ ଟ୍ରାନ୍ସମିଶନ ପ୍ରଣାଳୀ ସବୁଜ-ଇନ୍ଧନ କରିଡ଼ର : ଦ୍ୱିତୀୟ ପର୍ୟ୍ୟାୟକୁ କ୍ୟାବିନେଟ ମଞ୍ଜୁରି

bbehera
  • ମୋଟ ଆନୁମାନିକ ୧୨,୦୩୧ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା କରାଯିବ ଏହି କରିଡ଼ର
  • ୨୦୩୦ ସୁଦ୍ଧା ୪୫୦ ଗିରାୱାଟ୍‌ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ଦିଗରେ ଏହି ଯୋଜନା ସହାୟକ ହେବ

ନୂଆଦିଲ୍ଲୀ (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ଆନ୍ତଃରାଜ୍ୟ ଟ୍ରାନ୍ସମିଶନ ପ୍ରଣାଳୀ ନିମନ୍ତେ ସବୁଜ ଇନ୍ଧନ କରିଡ଼ର ପର୍ୟ୍ୟାୟ-୨କୁ ମଞ୍ଜୁର କରାଯାଇଛି । ଏ ଯୋଜନାରେ ପାଖାପାଖି ୧୦,୭୫୦ ସର୍କିଟ୍‌ କିଲୋମିଟର ଟ୍ରାନ୍ସମିଶନ ଲାଇନ ଏବଂ ୨୭,୫୦୦ ମେଗା. ଭୋଲ୍ଟ-ଅମ୍ପିୟର (ଏମଭିଏ) କ୍ଷମତା ବିଶିଷ୍ଟ ସବଷ୍ଟେସନ ପ୍ରତିଷ୍ଠା କରାଯାଇ ଟ୍ରାନ୍ସଫର୍ମର କ୍ଷମତାରେ ଅତିରିକ୍ତ ବୃଦ୍ଧି କରାଯିବାକୁ ମଞ୍ଜୁରି ମିଳିଛି । ଏହି ଯୋଜନା ଫଳରେ ସାତଟି ରାଜ୍ୟ- ଗୁଜୁରାଟ, ହିମାଚଳ ପ୍ରଦେଶ, କଣ୍ଣାଟକ, କେରଳ, ରାଜସ୍ଥାନ, ତାମିଲନାଡ଼ୁ, ଓ ଉତ୍ତର ପ୍ରଦେଶରେ ଗ୍ରୀଡ଼ ଏକୀକରଣ ସମ୍ଭବ ହୋଇପାରିବ । ଏଥିସହିତ ପାଖାପାଖି ୨୦ ଗିଗାୱାଟ ଅକ୍ଷୟ ଶକ୍ତି ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପକୁ ସହାୟତା ମିଳିପାରିବ । ଏହି ଯେଜନା ଆନୁମାନିକ ମୋଟ ୧୨,୦୩୧.୩୩ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏଥିରେ କେନ୍ଦ୍ରୀୟ ଆର୍ଥିକ ସହାୟତା ବାବଦରେ ପ୍ରକଳ୍ପର ପାଖାପାଖି ୩୩ ପ୍ରତିଶତ ଅର୍ଥାତ୍‌ ୩୯୭୦.୩୪ କୋଟି ଟଙ୍କା ଯୋଗାଇ ଦିଆଯିବ । ଟ୍ରାନ୍ସମିଶନ ପ୍ରଣାଳୀକୁ ଆର୍ଥିକ ବର୍ଷ ୨୦୨୧-୨୨ଠାରୁ ୨୦୨୫-୨୬ ପର୍ୟ୍ୟନ୍ତ ପାଞ୍ଚ ବର୍ଷର ଅବଧି ମଧ୍ୟରେ ପ୍ରସ୍ତୁତ କରାଯିବ । କେନ୍ଦ୍ରୀୟ ଆର୍ଥିକ ସହାୟତା ବଳରେ ରାଜ୍ୟ ଅନ୍ତରୀଣ ଟ୍ରାନ୍ସମିଶନ ଶୁଳ୍କର ସମାଯୋଜନା ବା ଅଫସେଟିଂ କରିବାରେ ସହାୟତା ମିଳିବା ଏହାଦ୍ୱାରା ବିଦ୍ୟୁତ ମୂଲ୍ୟକୁ ମଧ୍ୟ କମ୍‌ ରଖାଯାଇପାରିବ । ତେଣୁ ବିଦ୍ୟୁତର ଅନ୍ତିମ ଉପଯୋଗକାରୀ- ଦେଶର ନାଗରିକମାନଙ୍କୁ ହିଁ ସରକାରୀ ସହଯୋଗର ଲାଭ ମିଳିପାରିବ । ଏହି ଯେଜନା କାର୍ୟ୍ୟକାରୀ ହେବା ଫଳରେ ୨୦୩୦ ସୁଦ୍ଧା ୪୫୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ଲକ୍ଷ୍ୟ ହାସଲ କରିବାରେ ସହୟତା ମିଳିପାରିବ । ଏହି ଯୋଜନା ଦେଶରେ ଦୀର୍ଘକାଳୀନ ଶକ୍ତି ସୁରକ୍ଷା କ୍ଷେତ୍ରରେ ଯୋଗଦାନ ଦେବ ଏବଂ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରି ସ୍ଥାୟୀ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହନ ଦେବା ଏହାଫଳରେ ବିଦ୍ୟୁତ ଏବଂ ଅନ୍ୟ ସମ୍ପୃକ୍ତ କ୍ଷେତ୍ରରେ କୁଶଳୀ ଓ ଅଣକୁଶଳୀ ଉଭୟ ପ୍ରକାର ଶ୍ରମିକମାନଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଯୋଜନାର ଦ୍ୱିତୀୟ ପର୍ୟ୍ୟାୟକୁ ପ୍ରଥମ ପର୍ୟ୍ୟାୟ ଯୋଜନା ଆନ୍ଧ୍ରପଦେଶ, ଗୁଜରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଏବଂ ତାମିଲନାଡ଼ୁରେ ପୂର୍ବରୁ କାର୍ୟକାରୀ ହେଉଛି । ଏହା ଚଳିତ ବର୍ଷ ସୁଦ୍ଧା ଶେଷହେବ ବୋଲି ଆଶା କରାଯାଉଛି । ପ୍ରଥମ ପର୍ୟ୍ୟାୟ ଯୋଜନାରେ ଅତିରିକ୍ତ ୯,୭୦୦ ସର୍କିଟ କିଲୋମିଟର ଅତିରିକ୍ତ ଟ୍ରାନ୍ସମିଶନ ଲାଇନ ବଛାଯିବ ଏବଂ ସବଷ୍ଟେସନ ଗୁଡ଼ିକରେ ୨୨,୬୦୦ ମେଗାୱାଟ୍‌ କ୍ଷମତା ସୃଷ୍ଟି କରାଯିବ । ଏଥିପାଇଁ ୪୦୫୬.୬୭ କୋଟି ଟଙ୍କାର କେନ୍ଦ୍ରୀୟ ଆର୍ଥିକ ସହାୟତା ସହିତ ମୋଟ ୧୦,୧୪୧.୬୮ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

jay balangir
Leave A Reply

Your email address will not be published.

thirteen + eleven =

error: Content is protected !!