pakka

ମୃତିକା ସ୍ୱାସ୍ଥ୍ୟ ସୁସ୍ଥ ରହିବା ପାଇଁ ଜୈବିକ ସାର ପ୍ରୟୋଗକୁ ଗୁରୁତ୍ୱ ଦେଲେ ହୃଷୀକେଶ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡିସେମ୍ବର ପାଞ୍ଚ ତାରିଖ ବିଶ୍ୱ ମୃତ୍ତିକା ଦିବସ ପାଳନ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଲକଣା ଗ୍ରାମର ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ମୃତ୍ତିକା ଦିବସ ପାଳନ କରାଯାଇଛି । ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରକୃତି ପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ମୃତ୍ତିକା ସ୍ୱାସ୍ଥ୍ୟ ସୁସ୍ଥ ରହିବା ପାଇଁ ଜମିରେ ଜୈବିକ ସାର ପ୍ରୟୋଗ ଉପରେ ଜନସାଧାରଣଙ୍କୁ ନିବେଦନ କରିଥିଲେ । ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡକୁ ସୁବିନିଯୋଗ କରିବା, ମାଟିକୁ ଲୁଣା ନ ହେବା ପାଇଁ ଦିଆନଯିବା, ମାଟିରେ ଉଚିତ ଖାଦ୍ୟସାର ଓ ଅଣୁସାର ପ୍ରୟୋଗ କରି ମୃତ୍ତିକା ଉର୍ବର କରିବା ସଙ୍ଗେସଙ୍ଗେ ଉତ୍ତମ ଫସଲ ଅମଳ କରିବା ସହ ଉତ୍ତମ ପରିବେଶ ସୃଷ୍ଟି କରିବା ପାଇଁ ଶ୍ରୀଯୁକ୍ତ ପାଢ଼ୀ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୋମନାଥ ସେନାପତି, ବିଶ୍ୱନାଥ ସାହୁ, ଆକାଶ ପାଢ଼ୀ, ଲମ୍ବିତା ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଲନା କରିଥିଲେ ।

jay balangir
Leave A Reply

Your email address will not be published.

five × four =

error: Content is protected !!