csstore

ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସମେତ ୫ ଜଣ ସ୍ଥାୟୀ ଶିକ୍ଷକ ଅଭାବୀ ପୂରଣ ପାଇଁ ଦାବୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ପୂରାତନ ଶିକ୍ଷା ଅନୁଷ୍ଠାନ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମେତ ୫ ଶିକ୍ଷକ ଅଭାବୀ ପୂରଣ ପାଇଁ ବିଦ୍ୟାଳୟ ପରିଚାଳନା ସମିତି ପକ୍ଷରୁ ଦାବୀ କରାଯାଇଛି । ଉକ୍ତ ବିଦ୍ୟାଳୟଟି ଓଡ଼ିଶା ସରକାରଙ୍କ ‘ଫାଇଭ ଟି’ ରୂପାନ୍ତରୀକରଣ ସ୍ମାର୍ଟ ସ୍କୁଲରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବାରୁ ହିନ୍ଦୀ ଶିକ୍ଷକ ସୁରେନ୍ଦ୍ରନାଥ ସେଠୀ ପ୍ରଧାନ ଶିକ୍ଷକ ଦାୟିତ୍ଵ ନିର୍ବାହ କରୁଛନ୍ତି । ସେହିପରି ଟିଜିଟି ବିଜ୍ଞାନ ବିଭାଗର ଦୁଇ ଜଣ ଶିକ୍ଷକ, ଆର୍ଟ୍ସରେ ଜଣେ ଓ ସଂସ୍କୃତର ସ୍ଥାୟୀ ଶିକ୍ଷକ ପଦ ଖାଲି ପଡ଼ିଛି । ବିଦ୍ୟାଳୟର ଏହି ଶିକ୍ଷକ ଅଭାବୀ ସମସ୍ୟା ଯୋଗୁଁ କୋମଳମତି ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଏ ସମ୍ପର୍କରେ ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ ବୀରେନ୍ଦ୍ର ନାରୟଣ ରଣଜିତ, ଉପାଧ୍ୟକ୍ଷା ଗିତାରାଣି ରଣଜିତ ସମେତ ସଦସ୍ୟ ଗୌରାଙ୍ଗ ରଣା, କବିରାଜ ମହାପାତ୍ର, ବିଭୂତି କୋଦମାସିଂହ, ବିରଞ୍ଚି ରାୟ, ସନ୍ତୋଷ ବେହେରା, ସଦସ୍ୟା ଆଶା ବଳିୟାରସିଂହ, ରୂନା ବାରିକ, ମମତା ବାରିକ, ଗିତାଞ୍ଜଳୀ ବେହେରା ପ୍ରମୁଖ ପୁରୀ ଜିଲ୍ଲା ଶିକ୍ଷାଧୀକରୀଙ୍କୁ ଦାବୀ ଜଣାଇଛନ୍ତି ।

jayashree
Leave A Reply

Your email address will not be published.