pakka

ଯାଦବ ସମାଜ ଦ୍ୱାରା ଶ୍ରୀଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ପାଳିତ

bbehera

କଂଟାବାଂଜି, (ମନୀଷ କୁମାର ହଂସ) : ଯୁବ ଯାଦବ ସମାଜ କଂଟାବାଂଜି ଦ୍ୱାରା ସ୍ଥାନୀୟ ଗୋରୁବଜାର ଠାରେ ଶ୍ରୀଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ଶୁକ୍ରବାର ଦିନ ଧୁମଧାମରେ ପାଳିତ ହୋଇଯାଇଛି । ଏହି ପୂଜା ଅବସରରେ କଂଟାବାଂଜି ସହରାଂଚଳର ଶତାଧିକ ଯାଦବ ପରିବାର ଅଂଶ ଗ୍ରହଣ କରିଥିଲେ । ପ୍ରଥମେ ଶ୍ରୀଶ୍ରୀ ଗିରି ଗୋବର୍ଦ୍ଧନଧାରୀ ଏବଂ ଇଷ୍ଟ ଦେବୀ ମାଁ ସମଲେଇଙ୍କ ପୂଜା ଅର୍ଚ୍ଚନା କରାଯାଇଥିଲା । ଏହି ପୂଜାରେ ଋଷିକେଶ ବାଗ ଏବଂ ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ରଶ୍ମି ବାଗ କର୍ତା ଭାବେ ସାମିଲ ଥିଲେ । ଏହି ପୂଜାକୁ ଶ୍ରୀ ପ୍ରସନ୍ନ କୁମାର ତ୍ରିପାଠୀ ପରିଚାଳନା କରିଥିଲେ । ପୂଜା ପରେ ଯାଦବ ମାନଙ୍କ ଗଉଡ ବାଡି ପ୍ରଦର୍ଶନ କରାଯାଇଥିବା ବେଳେ ଯାଦବ ପରିବାର ଛାତ୍ରୀଛାତ୍ରମାନଙ୍କୁ ନେଇ ଏକ ଡ୍ୟାନ୍ସ ପ୍ରତିଯୋଗିତା ହୋଇଥିଲା ।

ଏହା ପରେ ନୂଆପଡା ଜିଲ୍ଲା ଟିକ୍ରାପଡାର ଉମାଶଙ୍କର ହଂସ ଏବଂ ତାଙ୍କ ମଣ୍ଡଳି ଦ୍ୱାରା ଗିରି ଗୋବର୍ଦ୍ଧନ ପୂଜା ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଯୁବ ଯାଦବ ସମାଜର ସଭାପତି ବେଦବ୍ୟାସ ନାଗଙ୍କ ସଭାପତିତ୍ୱରେ ଏକ ସଭା ହୋଇଥିଲା । ସଭାରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଠ ସମାଜସେବୀ ରାମକୃଷ୍ଣ ହଂସ, ସମ୍ମାନିତ ଅତିଥି ଭାବରେ ଘନଶ୍ୟାମ ଗହିର, ଯାଦବ ସମାଜ ରାଜ୍ୟ ପ୍ରୋଜେକ୍ଟ ସେଲ ସଭାପତି ଲକ୍ଷ୍ମଣ ବାଗ, ଶଙ୍କର ନିଆଲ, କୈଲାଶ ହାତୀ, ଶ୍ରୀମତୀ ସରସ୍ୱତୀ ଜାଲ, ଚନ୍ଦ୍ରମଣି ବାଗ, ଘନଶ୍ୟାମ ନିଆଲ, ଅକ୍ଷୟ ଟାହାଣି, ବୃନ୍ଦାବନ ରାଉତ, ଉଦ୍ଧବ ଘିଭେଲା, ଦେବରାଜ ୟାଦବ, ଗୁର ପୁଂଜି, ତୁଲସି ହଂସ ପ୍ରମୁଖ ମଂଚାସୀନ ଥିଲେ । ସଭାକୁ ଗୁରୁଦୟାଲ ହଂସ ପରିଚାଳନା କରିଥିବା ବେଳେ ସଭା ଶେଷରେ ଦେବରାଜ ୟାଦବ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମଟିକୁ ଦିପକ ସେଲମା, ସଂଜୟ ପୁଂଜି, ହରିହର ବାଗ,ବିଷ୍ଣୁ ଯୁଏଡ, ଅକ୍ଷୟ ଟାହାଣି, ନିର୍ମଲ ଚନ୍ଦନ, ଶେଷଦେବ ବାଗ, କୁଶ ଠେଲା, ପବିତ୍ର ଠେଲା, ଛୋଟୁ ୟାଦବ, ଚୈତନ ହଂସଙ୍କ ସହ ଅନ୍ୟମାନେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

11 + eight =

error: Content is protected !!