ଯାଦବ ଭବନ ନିର୍ମାଣ ନେଇ ଯାଦବ ସମାଜର ଭୂମି ପୂଜନ

କଂଟାବାଂଜି, (ଅର୍ଜୁନ କୁମାର ହଂସ) : କଂଟାବାଂଜି ଯାଦବ ମହାସଭା ଦ୍ୱାରା ରବିବାର ଦିନ ଯାଦବ ସମାଜର ନୂତନ ଯାଦବ ଭବନ ନିର୍ମାଣ ନେଇ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କେ.ଭି. ଡିଗ୍ରୀ କଲେଜ ନିକଟରେ ନିର୍ମାଣ ହେବାକୁ ଥିବା ଜମିରେ ଏହା କରାଯାଇଛି । କଂଟାବାଂଜି ଯାଦବ ସମାଜ ଭବନ ନିର୍ମାଣ ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପାଣ୍ଠିରୁ ପ୍ରଥମ ପର୍ଯ୍ୟାୟରେ ୫୦ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି । ସେହିପରି ବିଧାନ ନିର୍ବାଚନ ମଣ୍ଡଳୀର ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକରେ ନିର୍ମାଣ ହେବାକୁ ଥିବା ଯାଦବ ଭବନ ପାଇଁ ମଧ୍ୟ ପୃଥକ ଭାବେ ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପାଣ୍ଠିରୁ ଯାଦବ ଭବନ ନିର୍ମାଣ ପାଇଁ ଅନୁଦାନ ଦେଇଥିବାରୁ ସମାଜ ତରଫରୁ ଏକ ସଭା ସ୍ଥାନୀୟ ହେମାଲ ଭବନରେ ଅନୁଷ୍ଠିତ ହୋଇ ଧନ୍ୟବାଦ ଜ୍ଞାପନ କରାଯାଇଛି । ଏହି ସଭାରେ ଜିଲ୍ଲା ସଭାପତି ପରମାନନ୍ଦ ହାତୀ, ନଗର ସଭାପତି ବେଦବ୍ୟାସ ନାଗ, ତୁରେକେଲା ବ୍ଲକ ସଭାପତି ମକରଧ୍ୱଜ ନିଆଲ, ମୁରିବାହାଲ ବ୍ଲକ ସଭାପତି ତୀର୍ଥ ହାତୀ, ଯୁବ ଯାଦବ ସଭାପତି ଗଙ୍ଗାଧର ହେର୍ଣ୍ଣା, ବଙ୍ଗୋମୁଣ୍ଡା ସଭାପତି ରାଧେଶ୍ୟାମ କେତକି ସହ କଂଟାବାଂଜି ଏନ୍‌.ଏ.ସି. ସଭାପତି ଉଦ୍ଧବ ଘିଭେଲା ଏବଂ ତିନିଟି ବ୍ଲକର ଶତାଧିକ ଯାଦବ ସମାଜ କର୍ମୀ ସାମିଲ ଥିଲେ । ଆଗାମୀ ଦିନରେ ଯାଦବ ମହାସଭା କରିବା ନେଇ ଏକ ସାମାଜିକ ବୈଠକ କରାଯାଇଥିଲା ।

Leave A Reply

Your email address will not be published.

16 − fifteen =