ପୁଲିସ ମୋବାଇଲ ୟୁନିଟ ଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୨୦ କ୍ଵିଣ୍ଟାଲ ମହୁଲ ପୋଚ ନଷ୍ଟ, ୧୦୦ ଲିଟର ରନ୍ଧା ମଦ ଜବତ

ତୁଷୁରା, (ମନୀଷ କୁମାର ସାହୁ) : ତୁଷୁରା ଅବକାରୀ ଥାନା ଅନ୍ତର୍ଗତ ଦେଓଗାଁ ବ୍ଲକ୍ କୁଳୁତାପଡ଼ା ପଞ୍ଚାୟତର ବନ୍ଧପଡା ଗାଁ’ରେ ଗୁରୁବାର ଦିନ ଅବକାରୀ ବିଭାଗ ଚଢ଼ଉ କରି ମଦ ଓ ମହୁଲ ପୋଚକୁ ଜବତ କରିଛି । ବଲାଙ୍ଗିର ପୁଲିସ ମୋବାଇଲ ୟୁନିଟ ଓ ତୁଷୁରା ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରିଥିଲେ । ଏହି ପରିପ୍ରେକ୍ଷୀରେ ବନ୍ଧପଡାର ଶୁଲିଆ ଜଙ୍ଗଲରେ ଚାଲିଥିବା ଦେଶୀ ରନ୍ଧା ମଦ କାରଖାନାରୁ ୨୦ କୁଇଣ୍ଟାଲ ମହୁଲ ପୋଚ ସହ ୧୦୦ ଲିଟର ରନ୍ଧା ମଦକୁ ଜବତ ହୋଇଛି । ଏହି ଚଢ଼ଉରେ ଅବକାରୀ ଆଇଆଇସି ଉଦୟ ଲାଲ ନାଏକ, ପି କେ ପଣ୍ଡା, ଅରୁଣ ଯୋଶୀ ସହ ତୁଷୁରା ଓ ବଲାଙ୍ଗିର ସଦର ଓଆଇସି ସାମିଲ ଥିଲେ ।

Leave A Reply

Your email address will not be published.

one × 5 =