ତୁଷୁରା ହସ୍ପିଟାଲରେ ଡାକ୍ତର ଦାବୀ ନେଇ ମନ୍ତ୍ରୀ ଟୁକୁନି ସାହୁଙ୍କୁ କଳାପତକା ପ୍ରଦର୍ଶନ : ୬ ଜଣ ଅଟକ

ତୁଷୁରା, (ମନୀଷ କୁମାର ସାହୁ) : ତୁଷୁରା ଡାକ୍ତରଖାନା ପ୍ରତି ସ୍ୱାସ୍ଥ୍ୟ ବିଭାଗ ଅବହେଳା କରୁଥିବାର ପ୍ରତିବାଦରେ ତୁଷୁରାରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଡାକ୍ତରଖାନାରେ ଡାକ୍ତର ଅଭାବ ପୂରଣ କରିବା ପାଇଁ ପ୍ରତିବାଦ କରି ଆସୁଥିବା ୟୁଥ ଏକ୍ସନ କମିଟି ଆଜି ମହିଳା ଓ ଶିଶୁ ବିକାଶ କ୍ୟାବିନେଟ ମନ୍ତ୍ରୀ ଟୁକୁନି ସାହୁଙ୍କୁ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଆଜି ମନ୍ତ୍ରୀ ତୁଷୁରା ଡାକ୍ତରଖାନା ପରିଦର୍ଶନ ସହ ଏକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଜାଗା ଚିହ୍ନଟ କରିବାକୁ ଆସିଥିଲେ । ପୂର୍ବରୁ ସଂଗଠନ ପକ୍ଷରୁ ତୁଷୁରାକୁ ନେତା ମନ୍ତ୍ରୀ ଆସିବା ମନା ବୋଲି ସହରର ବିଭିନ୍ନ କାନ୍ଥରେ ପୋଷ୍ଟର ଲଗାଯାଇଥିଲା । ତୁଷୁରା ମହିପୁର ଛକରେ ସଂଗଠନର କର୍ମକର୍ତ୍ତାମାନେ ପ୍ଲା-କାର୍ଡ ସହ କଳାପତକା ଦେଖାଇ ମନ୍ତ୍ରୀଙ୍କୁ ବିରୋଧ କରିଥିଲେ । ଏନେଇ ତୁଷୁରା ପୁଲିସ ୬ ଜଣଙ୍କୁ ଗିରଫ କରିବାରୁ ତୁଷୁରାର ଲୋକମାନେ ଥାନା ସମ୍ମୁଖରେ ଧାରଣାରେ ବସି ପ୍ରତିବାଦ କରିଛନ୍ତି । ତୁଷୁରା ଡାକ୍ତରଖାନାରେ ଥିବା ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରିବା ପରେ ତୁଷୁରାରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ଆଜି ଡାକ୍ତରଖାନାରେ ଜଣେ ସ୍ଥାୟୀ ଡାକ୍ତର ଭାବେ ଡ଼ ସୂର୍ଯ୍ୟକାନ୍ତ ମହାପାତ୍ର ଯୋଗ ଦେଇଥିବା ବଲାଙ୍ଗିର ସିଡ଼ିଏମଓ ଭୀମ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

5 × 1 =