ଲଳିତ ନାୟକ ଶ୍ରମିକ କର୍ମଚାରୀ ମହାସଂଘ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱର୍ଗତ ଲଳିତ ନାୟକଙ୍କ ସ୍ମୃତିରେ ନାମିତ କରାଯାଇଥିବା ଲଳିତ ନାୟକ ଶ୍ରମିକ କର୍ମଚାରୀ ମହାସଂଘ ତରଫରୁ ତଥା ସ୍ମାଇଲ୍‌ ଫର୍‌ ଅଲ୍‌ ଅନୁଷ୍ଠାନର ସହଯୋଗରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିସରରେ ରୋଗୀମାନଙ୍କ ସହାୟକ ଏବଂ ଭିକାରୀମାନଙ୍କୁ ସନ୍ଧ୍ୟା ସମୟରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ସମାଜସେବା ପ୍ରତି ପ୍ରେରଣା ଯୋଗାଉଥିବା ସ୍ୱର୍ଗତ ଲଳିତ ନାୟକ ଆମ୍ଭମାନଙ୍କୁ ଯେଉଁ ସମାଜ ପ୍ରତି ସାମାଜିକ ଶିକ୍ଷା ଶିଖାଇଛନ୍ତି, ସେଥିପାଇଁ ଆମ୍ଭେମାନେ ଅନୁପ୍ରାଣିତ ହୋଇ ସମାଜ ପାଇଁ କିଛି ଲୋକଙ୍କୁ ସାହାଯ୍ୟ ସହଯୋଗ କରି ସେମାନଙ୍କର ମଂଗଳ କାମନା କରୁଛୁ । ସ୍ୱର୍ଗତ ଲଳିତ ନାୟକଙ୍କର ସ୍ମୃତିରେ ସ୍ମାଇଲ ଫର ଅନୁଷ୍ଠାନର ଅମୂଲ୍ୟ ସେଠଙ୍କ ସହଯୋଗରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ଲଳିତ ନାୟକଙ୍କ ପୁତୁରା ବୁବୁନ ନାୟକ, ମହାସଂଘର ଉପାଧ୍ୟକ୍ଷ ରତନ କୁମାର ମହାରଣା ଓ ପ୍ରଭାସ ପାଣିଗ୍ରାହୀ, ସାଧାରଣ ସଂପାଦକ ପ୍ରଭାକର ମିଶ୍ର, ସଂଗଠନ ସଂପାଦକ ମନୋରଂଜନ ମିଶ୍ର, କିଶୋର ମିଶ୍ର, ଲମ୍ବୋଦର ସାଏ, ଅବିନ ମହାକୁର, ବିଭାର ଘଡେଇ, ସ୍ମାଇଲ ଫର ଅଲ ଅନୁଷ୍ଠାନର ରବି ଚାନ୍ଦ, ରିଙ୍କୁ ଚନ୍ଦନ, ସୋ÷÷ଭାଗ୍ୟ ବେହେରା, ମୁକେଶ ସିଂ, ପ୍ରଭାତ ମିଶ୍ର, ଟିଙ୍କୁ ଓ ଶିବୁ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏତଦ୍‌ ବ୍ୟତୀତ ସ୍ୱର୍ଗତ ନାୟକଙ୍କ ସ୍ମୃତିରେ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ମହାସଂଘ ତରଫରୁ କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ମୁଖ୍ୟ ଉପଦେଷ୍ଟା ପଦ୍ମ ଚରଣ ଆଚାର୍ଯ୍ୟ, ଉପଦେଷ୍ଟା ଦ୍ୱୟ ଶ୍ରୀୟାକାନ୍ତ ପାଣିଗ୍ରାହୀ ଓ ବିନୋଦ ଦାସ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ଓ ସ୍ମାଇଲ ଫର ଅଲ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇ ଅନୁଷ୍ଠାନର ଉତ୍ତୋରତର ଉନ୍ନତି କାମନା କରିଥିଲେ ।

Leave A Reply

Your email address will not be published.

18 + eleven =