csstore

୪୧ କିଲୋ ଗଂଜେଇ ସହ କାର ଓ ୬ ବାଇକ ଜବତ

ଗୋଛାପଡା : ୪୧ କିଲୋ ଗଂଜେଇ ସହ କାର ଓ ୬ ବାଇକ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗଂଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନେତୃତ୍ୱରେ ଏକ ଟିମ୍‌ ଫିରିଙ୍ଗିଆ ଥାନା ବନ୍ଧଗଡ଼ ପଂଚାୟତ ଅଧୀନରେ ଥିବା ବାଲକିଡାଡି ଗାଁର ଏକ ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ସେହି ଘର ସାମନାରେ ଏକ କାରରେ କିଛି ଲୋକ ଗଂଜେଇ ଭର୍ତ୍ତି କରୁଥିବା ବେଳେ ପୋଲିସ ଆସୁଥିବା ଖବର ପାଇ କାରଟିକୁ ଛାଡି ଫେରାର ହୋଇ ଯାଇଥିଲେ । ପରେ କାରଟିକୁ ଯାଞ୍ଚ କରିବାରେ ଡ଼ିକିରୁ ୪୧ କିଲୋ ଗଂଜେଇ ବାହାରି ଥିଲା । ପରେ ସେହି ଘର ପଛପଟୁ ପୁଲିସ ୬ ଟି ବାଇକ, ଗୋଟିଏ ସ୍କୁଟି ଜବତ କରିଛି । ଏହି ସବୁ ଗାଡି ଗଞ୍ଜେଇ ଚାଲାଣରେ ବ୍ୟବହୃତ ହେଉଥିବା ଅନୁମାନ କରିଛି ପୁଲିସ ।

jayashree
Leave A Reply

Your email address will not be published.