pakka

ଯୁଦ୍ଧ ନୁହେଁ, ଶାନ୍ତି ପାଇଁ ପ୍ରାର୍ଥନା କଲେ ପରିବେଶ କର୍ମୀ ଆଇନଜୀବୀ ହୃଷୀକେଶ ପାଢ଼ୀ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ‘ଯୁଦ୍ଧ ନୁହେଁ, ଆମେ ଶାନ୍ତି ଚାଁହୁ’ର ପ୍ରାର୍ଥନା ବିଶ୍ୱ ସମୁଦାୟଙ୍କ ଉଦ୍ଦେଶ୍ୟରେ ଗତକାଲି କରାଯାଇଛି । ରୁଷ ଯୁଦ୍ଧରୁ ବିରତ ରହିବା ସହ ବିଶ୍ୱ ସମୁଦାୟ ଶାନ୍ତି ବଜାୟ ରଖିବା ସହ ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ପରିବେଶ ପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହାଦ୍ୱାରା ପରିବେଶ ଚୁକ୍ତିର ଖିଲାପ ହେବନାହିଁ । ବିଶ୍ୱ ଏକ ସୁନ୍ଦର ବାତାବରଣ ସହ ଉତ୍ତମ ପରିବେଶ ରକ୍ଷା କରିବ ବୋଲି ଶ୍ରୀ ପାଢ଼ୀ ଆକୁଳ ନିବେଦନ କରିଛନ୍ତି । ରୁଷ ଆକ୍ରମଣରେ ଯୁକ୍ରେନ ଆକାଶ ଯେଉଁ ଭଳି ଧୂଆଁମୟ ହୋଇ ପରିବେଶ ଉପରେକୁ ପ୍ରଭାବ ପକାଇଛି ତାହା ପରିବେଶ ସୁରକ୍ଷାରେ ଘୋର ବିପଦ ସୃଷ୍ଟି କରିଛି ଯାହାକି ଶୁଭଙ୍କର ନୁହେଁ । ଏହାକୁ ଉପଲବ୍ଧି କରି ବିଶ୍ୱ ସମୁଦାୟ ପରିବେଶ ସୁରକ୍ଷାରେ ବ୍ରତୀ ହୋଇ ଶାନ୍ତି ପାଇଁ ଆଗେଇ ଆସନ୍ତୁ ବୋଲି ଶ୍ରୀ ପାଢ଼ୀ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଡ଼ଃ କ୍ଷେତ୍ରବାସୀ ପ୍ରଧାନ, ସଂପାଦକ ସୋମନାଥ ସେନାପତି, ଆକାଶ ଚନ୍ଦ୍ର ପାଢ଼ୀ, ଲମ୍ବିତା ଜେନା, ସୁଚିତ୍ରା ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

2 × 2 =