pakka

ସମିତିରେ ବିଶ୍ୱାଳ ଦମ୍ପତ୍ତି

bbehera

ମ.ରାମପୁର, (ହେମନ୍ତ ସାହୁ) : ଜୀବନ ସାଥୀ । ସୁଖରେ ଦୁଃଖରେ ଛାଇ ପରି । ତେବେ ସମାଜସେବୀ ଗୋକୁଳାନନ୍ଦ ବିଶ୍ୱାଳ ସମାଜସେବାରେ ବି ନିଜ ଧର୍ମପତ୍ନୀଙ୍କୁ ବାଦ ଦିଅନ୍ତିନି । ପୂର୍ବରୁ ସରପଞ୍ଚ ରହିଥିବା ନିଜର ଧର୍ମପତ୍ନୀ ଏଥର ସିଂହପୁର ଗ୍ରାମ ପଞ୍ଚାୟତରୁ ସମିତି ସଭ୍ୟା ଭାବରେ ନିର୍ବାଚିତ ହେଇଥିବା ବେଳେ ନିଜେ ଗୋକୁଳାନନ୍ଦ ବିଶ୍ୱାଳ ମୋହନଗିରୀ ସମିତିସଭ୍ୟ ନିର୍ବାଚିତ ହେଇଛନ୍ତି । ଏହି ସମିତି ଦମ୍ପତିଙ୍କୁ ନେଇ ଏବେ ଚାରିଆଡ଼େ ଆଲୋଚନା । ସମାଜରେ ନିଜର ଅର୍ଥ ନୁହେଁ ବରଂ ବ୍ୟକ୍ତିତ୍ୱ ଠିକ୍ ରହିଲେ, ସଫଳତା ସହିତ ଲୋକଙ୍କୁ ପ୍ରକୃତ ସେବା ଦିଆଯାଇପାରିବ ବୋଲି ନିଜର ପ୍ରତିକ୍ରିୟାରେ କହିଛନ୍ତି ଶ୍ରୀ ବିଶ୍ୱାଳ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ବିଶ୍ୱାଳ ମୋହନଗିରୀ ଅଞ୍ଚଳର ସାମଗ୍ରିକ ବିକାଶ ଦିଗରେ ସଦା ତତ୍ପର ରହିବା ସହିତ ଲୋକଙ୍କ ସୁଖ ଏବଂ ସଙ୍କଟ ବେଳେ ସହଯୋଗ କରିଥାନ୍ତି । ଉଭୟ ଦମ୍ପତି ଉଭୟ ପଞ୍ଚାୟତର ଜନସାଧାରଣଙ୍କୁ ନିଜର କୃତଜ୍ଞତା ଜଣାଇବା ସହିତ ବିକାଶ ଅବଶ୍ୟମ୍ଭାବୀ ବୋଲି କହିଛନ୍ତି ।

jay balangir
Leave A Reply

Your email address will not be published.

4 × 3 =