pakka

ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସାଧାରଣ ପରିଷଦ ବୈଠକ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଆଇନ କଲେଜ ପରିସରରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସାଧାରଣ ପରିଷଦ ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂପାଦକ ଗୋପବନ୍ଧୁ ପୁରୋହିତ ବିବରଣୀ ପଠନ କରିଥିଲେ ଏବଂ ତାହା ସର୍ବସମ୍ମତିକ୍ରମେ ଅନୁମୋଦିତ ହୋଇଥିଲା । ପରେ କୋଷାଧ୍ୟକ୍ଷ ଅଶୋକ ଚାନ୍ଦା ଆୟ ବ୍ୟୟର ବିବରଣୀ ପ୍ରଦାନ କରିଥିଲେ । ଆଲୋଚନା ଆରମ୍ଭ କରି ପୂର୍ବତନ ସଭାପତି ବିକ୍ରମାନନ୍ଦ ବହିଦାର ସଂଘର ବିଭିନ୍ନ ଦାବୀ ସଂପର୍କରେ ମାନ୍ୟବର ବଲାଙ୍ଗିର ସାଂସଦଙ୍କ ସହ ବିସ୍ତୃତ ଆଲୋଚନା କରିଥିବା ସୂଚନା ଦେଇଥିଲେ । ସହ-ସଂପାଦକ ପ୍ରଭାକର, ଜୟରାମ ମିଶ୍ର, ପିତବାସ ପଣ୍ଡା, ନାରାୟଣ ପାଢି, ବୃନ୍ଦାବନ ବରାଳ, ଅଶୋକ କୁମାର ମିଶ୍ର, ଦିବାକର ହୋତା, ଅଚ୍ୟୁତାନନ୍ଦ ଉଦ୍‌ଗାତା, ଛବିଲାଲ ବେହେରା ପ୍ରମୁଖ ଅନେକ ସଦସ୍ୟ ସଭ୍ୟଚାନ୍ଦା ସଂଗ୍ରହ ବାବଦରେ ଆଲୋଚନା କରିଥିଲେ । ସଂଘର ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚନ ପାଇଁ ସାମ୍ବାଧାନିକ ବିଧି ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରବକ୍ତା ଗୋପଭୂଷଣ ନାଥ ପ୍ରସ୍ତାବ ଦେଇଥିଲେ । ବିଶେଷ ଆଲୋଚନାରେ ଅଂଶଗ୍ରହଣ କରି ସଭ୍ୟ ଭବାନି ଶଙ୍କର ଶତପଥି, କିଶୋର ମିଶ୍ର, ମନୋରଂଜନ ପୁରୋହିତ, ଶତୃଘନ ସିଂ, ମହେଶ୍ୱର ସାହୁ, ମନୁଭାଇ ଭମର ପ୍ରମୁଖ ମତାମତ ଦେଇଥିଲେ । ସାମ୍ବାଦିକ ଗୋପବନ୍ଧୁ ଶତପଥି, ରିତୁରାଜ ସିଂହ, ନିଳମଣି ମିଶ୍ର, ଦ୍ୱାରିକା ପ୍ରସାଦ ପଣ୍ଡା, ବାଗଦଲ ମହାକୁର, ପ୍ରଶନ୍ନ କୁମାର ମିଶ୍ର, ରଘୁନାଥ ମିଶ୍ର, ବିରଂଚି ହୋତା, ବିନୟ କୁମାର ମିଶ୍ର, ମନୋରଂଜନ ମିଶ୍ର ପ୍ରମୁଖ ସଭାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ଉପ-ସଭାପତି ପର୍ଶୁରାମ ନାୟକ ଧନ୍ୟବାଦ ଦେଇଥିଲେ ।

jay balangir
Leave A Reply

Your email address will not be published.

seven − three =