csstore

ଜିଲ୍ଲାସ୍ତରୀୟ ବିଶ୍ୱ ହୃଦୟ ଦିବସ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସ୍ଥାନୀୟ ଜିଲ୍ଲା ତାଲିମ ପ୍ରକୋଷ୍ଠରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଶ୍ୱରଞ୍ଜନ ପତିଙ୍କ ଅଧ୍ୟକ୍ଷତାରେ ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଡିସି) ଡା. ରମେଶ ଚନ୍ଦ୍ର ସ୍ୱାଇଁ, ସୁପରିଟେଣ୍ଡେଣ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡା. ଦୁର୍ଗାଦତ୍ତ ଦାସ, ଡା.ସିଦ୍ଧାନ୍ତ ମହାପାତ୍ର ମେଡ଼ିସିନ୍ ସ୍ପେସିଆଲିଷ୍ଟ, ଡା.ଶୁଭପ୍ରଦା ମିଶ୍ର ପଲମୁନାରୀ ସ୍ପେସିଆଲିଷ୍ଟ, ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘ ଉପସଭାପତି ଆର୍ତ୍ତତ୍ରାଣ ବାବୁ, ସମ୍ପାଦକ ଜ୍ୟୋତି ପଟ୍ଟନାୟକ, ଜିଲ୍ଲା ପୋଗ୍ରାମ ସଂଯୋଜକ ବିଶ୍ୱମ୍ବର ବେହେରା ଓ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ବୃନ୍ଦାବନ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥି ବୃନ୍ଦ ବିଶ୍ୱ ହୃଦୟ ଦିବସ ପାଳନ କରିବାର ତାତ୍ପର୍ଯ୍ୟ, ଗୁରୁତ୍ୱ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି ହୃଦଘାତ କାରଣରୁ ମୃତ୍ୟୁ ସଂଖ୍ୟାକୁ କିପରି କମାଇ ପାରିବା ସେ ଦିଗରେ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ବେଦଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ଅଛି ଯେ, ଆଚାର, ବିଚାର, ବ୍ୟବହାର, ଆହାର ଓ ନିଦ୍ରାକୁ ଠିକ୍‌ ଭାବରେ ପରିଚାଳନା କଲେ ହୃଦରୋଗ ଆଶଙ୍କା ଦୂର ହୋଇପାରିବ । ବର୍ତ୍ତମାନ ଯୁବପିଢ଼ିଙ୍କ କ୍ଷେତ୍ରରେ ହୃଦଘାତ ସମସ୍ୟା ଦେଖାଯିବାର ମୁଖ୍ୟ କାରଣ ହେଉଛି ଜଙ୍କ ଫୁଡ ଓ ମାନସିକ ଚାପ । ତେଣୁ ପ୍ରାଣାୟାମ, ବ୍ୟାୟାମ ଓ ସୁଷମ ଖାଦ୍ୟ ଉପରେ ଆଧାର କରି ହୃଦ୍‌ରୋଗକୁ ନିଶ୍ଚିତ ଭାବରେ ଆମ ନିୟନ୍ତ୍ରଣକୁ ଆଣିପାରି ଏକ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହୋଇପାରିବା । ଏ ବର୍ଷର ଥିମ୍‌ ହେଲା “Use Heart know Heart” । ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ଅଣସଂକ୍ରାମକ ରୋଗ ସଂଯୋଜକ ଗୀତାଞ୍ଜଳି ମେହେର ସହଯୋଗ କରିଥିଲେ । ସଭାରେ ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ବୃନ୍ଦ, ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ, ସ୍ୱଚ୍ଛଭାରତ ଉପସଭାପତି ତଥା କର୍ମକର୍ତ୍ତା ବୃନ୍ଦ, ଆଶା, ଏସ୍‌ଏଚ୍‌ଜି ଗ୍ରୁପର କର୍ମକର୍ତ୍ତା ବୃନ୍ଦ ଓ ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଜିଲ୍ଲା ପ୍ରୋଗ୍ରାମ ସଂଯୋଜକ ବିଶ୍ୱମ୍ବର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.