ଜାମଗାଁ ଛାତ୍ରଛାତ୍ରୀଙ୍କ ହୋଟେଲ ପରିଦର୍ଶନ

ଜାମଗାଁ, (କେପିଏନ୍‌ଏସ୍‌) : ସରକାରୀ ବିଦ୍ୟାଳୟରେ ପର୍ଯ୍ୟଟନ ଓ ଆତିଥ୍ୟ ଧନ୍ଦାମୂଳକ ଶିକ୍ଷା ଅଧ୍ୟୟନ କରୁଥିବା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ସୋମବାର ବଲାଙ୍ଗିର (ମାଧିଆପାଲି) ସ୍ଥିତ ସ୍ୱୟମ୍‌ ହୋଟେଲରେ ତାଲିମ ନେଇଛନ୍ତି । ଜମାଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ୫୦ରୁ ଅଧିକ ଛାତ୍ରଛାତ୍ରୀ ଏହି ହୋଟେଲର କର୍ମଚାରୀଙ୍କ ସହିତ ବିଭିନ୍ନ ବିଭାଗକୁ (ଫ୍ରଣ୍ଟ ଅଫିସ କାଉଣ୍ଟର, ସୁଇଟରୁମ୍‌, ରେଷ୍ଟୁରାଣ୍ଟ, କନ୍‌ଫରେନ୍ସ ହଲ, ସୁଇମିଙ୍ଗ୍‌ ପୁଲ, ଲନ୍‌ ଇତ୍ୟାଦି) ବୁଲି ଦେଖିବା ସହ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିଥିଲେ । ସରକାରଙ୍କ ନୂତନ ଶିକ୍ଷାନୀତି ସୌଜନ୍ୟରୁ ଏଭଳି ଆଲିସାନ ହୋଟେଲକୁ ଗସ୍ତ କରିଥିବାରୁ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ବେଶ ଉତ୍ସାହିତ ଥିଲେ । ବଲାଙ୍ଗିର ହୋଟେଲ ଏସୋସିଏସନ୍‌ର ପ୍ରେସିଡେଣ୍ଟ ତଥା ସ୍ୱୟମ ହୋଟେଲର ମାଲିକ ଜୟ ପ୍ରକାଶ ପୁରୋହିତ ଓ ମେନେଜର ପ୍ରହଲ୍ଲାଦ ପାତ୍ର ଆତିଥ୍ୟ ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀଙ୍କ ଭବିଷ୍ୟତରେ କିପରି ସହଯୋଗୀ ଓ ସ୍ୱାବଲମ୍ବୀ ହେବାରେ ସହାୟକ ତା’ଉପରେ ଦିଗ୍‌ଦର୍ଶନ ଦେଇଥିଲେ । ଜାମଗାଁ ହାଇସ୍କୁଲର ପର୍ଯ୍ୟଟନ ଓ ଆତିଥ୍ୟ ପ୍ରଶିକ୍ଷକ ଶିବ ଶଙ୍କର ପାଣିଗ୍ରାହୀ ଓ ଖେଳ ଶିକ୍ଷକ ଯୁବରାଜ ମେହେରଙ୍କ ପ୍ରତ୍ୟକ୍ଷ ଉପସ୍ଥିତି ଓ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

Leave A Reply

Your email address will not be published.

twelve + 1 =