pakka

ବରଗଡ଼ରେ ରଂଗର ପର୍ବ ହୋଲି ଧୁମ୍‌ଧାମ୍‌ରେ ପାଳିତ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରଂଗର ପର୍ବ ହୋଲି ବରଗଡ଼ ସହର ସମେତ ଆଖପାଖ ଅଞ୍ଚଳରେ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଗତ ଦୁଇ ବର୍ଷ ପରେ ଚଳିତ ବର୍ଷ କୋଭିଡ କଟକଣାର ମୁକ୍ତ ଯୋଗୁଁ ଏଥର ହୋଲିର ମାହୋଲ ବଢ଼ିଛି । ସେହିପରି ପୌର ନିର୍ବାଚନ ଚାଲିଥିବାରୁ ଏହି ଉତ୍ସବକୁ ଦ୍ଵିଗୁଣିତ କରିଦେଇଛି । ବିଭିନ୍ନ ସାମାଜିକ ଅନୁଷ୍ଠାନ, ମହିଳା ମଣ୍ଡଳ, ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ନିଜ କର୍ମୀ ନେତାଙ୍କ ମଧ୍ୟରେ ରଂଗ ଖେଳ ଯୋର ହୋଇଛି । ସମ୍ବାଦିକମାନେ ମଧ୍ୟ ଏହାକୁ ଧୁମ୍ ଧାମରେ ପାଳନ କରିଛନ୍ତି । ବରଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ସଂଘ ଅଫିସ ପ୍ରାଙ୍ଗଣରେ ହୋଲି ମିଳନ ଉତ୍ସବ ପାଳନ କରିଥିଲେ । ଏଥିରେ ଜିଲ୍ଲାର ସମସ୍ତ ସାମ୍ବାଦିକ ଯୋଗ ଦେଇ ଥିବା ବେଳେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଜିଲ୍ଲା ଏସ୍‌ପି ରାହୁଲ ଜୈନ ତଥା ବହୁ ନେତା ଅଧିକାରୀ ଯୋଗ ଦେଇଥିଲେ । ସେହିପରି ଭଟଲି ରୋଡ଼ ସ୍ଥିତ ତପୋବନ ଆଶ୍ରମରେ ରଂଗର ପର୍ବକୁ ଫୁଲ ମାଧ୍ୟମରେ ପାଳନ କରିଥିଲେ । ଚକରକେନ୍ଦ ସ୍ଥିତ ମାତୃ ଛାୟା ଆଶ୍ରମରେ ଗତ ତିନି ଦିନ ଧରି ହୋଲି ଉତ୍ସବ ପାଳନ କରିଥିଲେ । ହୋଲି କା ଦହନ, ସତ୍‌ସଙ୍ଗ ସହ ଆଜି ଅନ୍ତେବାସୀ ମାନେ ଅତିଥିମାନଙ୍କ ଗହଣରେ ରଂଗ ଅବିର ଖେଳି ଥିଲେ । ବରଗଡ଼ ଜିଲ୍ଲାର ପ୍ରାଚିନ ଶକ୍ତି ତନ୍ତ୍ର ପୀଠ କୁରୁଆ ସ୍ଥିତ ମା’ ଉମା ମାହେଶ୍ୱରୀଙ୍କ ମନ୍ଦିରରେ ଫାଲଗୁନ ପୂର୍ଣ୍ଣିମା ଉତ୍ସବର ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥିଲା । ତୋରା ସ୍ଥିତ ମା’ କାଳୀ ମନ୍ଦିର ପରିସରରେ ଶ୍ରୀ ରାଧା କୃଷ୍ଣଙ୍କ ଦୋଳ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗତ ପାଞ୍ଚ ଦିନ ଧରି ଶ୍ରୀ ରାଧା କୃଷ୍ଣଙ୍କ ଯୁଗଳ ମୂର୍ତ୍ତି ବିମାନ ଶବାରୀରେ ବିରାଜମାନ ହୋଇ ଆଖପାଖ ଅଞ୍ଚଳରେ ପରିକ୍ରମା କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ପ୍ରତି ପଡ଼ାରେ ଶ୍ରୀ ରାଧା କୃଷ୍ଣଙ୍କ ଚଳନ୍ତି ପ୍ରତିମାକୁ ପୂଜାର୍ଚ୍ଚନା କରାଯାଇଥିଲା ।

jay balangir
Leave A Reply

Your email address will not be published.

twenty + 14 =