pakka

ରଙ୍ଗର ପର୍ବ ହୋଲି ପାଳିତ : ଗାଁଠୁ ସହର ସବୁଠି ଉତ୍ସାହ

bbehera

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଜି ହେଉଛି ରଙ୍ଗ ଓ ଭାଇଚାରାର ପର୍ବ ହୋଲି । ଆନନ୍ଦ, ଉଲ୍ଲାସର ସହ ପରସ୍ପରକୁ ଅବିର ଓ ରଙ୍ଗ ଲଗାଇଛନ୍ତି । କିଛି ସମୟ ପାଇଁ ହେଉ ପଛେ ସମସ୍ତେ ଭୁଲିଯାନ୍ତି ଜୀବନର ସବୁ ଦୁଃଖ, କଷ୍ଟ । ରଙ୍ଗ ଖେଳିବା ସହ ସମସ୍ତେ ମଜ୍ଜି ଯାଇଥିଲେ ନାଚ, ଗୀତରେ । ଏଥିସହ ଭାବର ରଙ୍ଗରେ ରଙ୍ଗୀନ ହେବାକୁ ଯେମିତି ସମସ୍ତେ ବ୍ୟାକୁଳ । ଏହି ହୋଲି ପର୍ବସହ ଯୋଡି ହୋଇଛି ଅନେକ ପୌରାଣିକ ଆଖ୍ୟାନ । ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳାର ଅଂଶବିଶେଷ ହେଉଛି ହୋଲି ଉତ୍ସବ । ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ଧୂମଧାମରେ ପାଳିତ ହୋଇଥାଏ । ଏ ନେଇ କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ଶ୍ରୀଜଗନ୍ନାଥ ମନ୍ଦିର ସହ ଅନ୍ୟ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା । ଦୁଇ ବର୍ଷ ଧରି କରୋନା କଟକଣା ହୋଲି ପାଳନରେ ବାଧକ ସାଜିଥିବା ବେଳେ ଏଥର କରୋନା କଟକଣା ନ ଥିବାରୁ ଲୋକେ ହୋଲି ଖେଳିବାକୁ ବେଶ୍ ଉତ୍ସାହିତ ଥିଲେ । ଏଥିସହ ଭାବର ରଙ୍ଗରେ ରଙ୍ଗୀନ ହେବାକୁ ଯେମିତି ସମସ୍ତେ ବ୍ୟାକୁଳ । ଏହି ହୋଲି ପର୍ବ ସହ ଯୋଡି ହୋଇଛି ଅନେକ ରଙ୍ଗର ପର୍ବକୁ ନେଇ ପଲ୍ଲିରୁ ସହର ସବୁଠି ଉତ୍ସବ ମୁଖର । ପରସ୍ପରକୁ ରଙ୍ଗ ଲଗାଇ ସମସ୍ତେ ହୋଲି ପର୍ବକୁ ବହୁ ଧୁମ୍‌ଧାମ୍‌ରେ ପାଳନ କରିଥିଲେ ।ତେବେ ନିଜ ପ୍ରିୟଜନ ଓ ସାଙ୍ଗସାଥୀଙ୍କ ସହ ସମସ୍ତେ ଏହି ରଙ୍ଗର ପର୍ବ ପାଳନ କରିଛନ୍ତି । ବର୍ଷକରେ ଥରେ ଆସିଛି ହୋଲି, ନେଇ ଆସିଛି ଅସୁମାରି ଖୁସି । ସମଗ୍ର କନ୍ଧମାଳରେ ମଧ୍ୟ ପାଳନ ହେଉଛି ରଙ୍ଗର ଉତ୍ସବ । ହୋଲିର ରଙ୍ଗରେ ପିଲାଠୁ ବୟସ୍କ ସମସ୍ତେ ହେଲେ ମସଗୁଲ୍ । ହୋଲି ପାଇଁ ଯୁବପୀଢୀ ଆଜି ବିଶେଷ ଭାବେ ଉତ୍ସାହିତ । ରଙ୍ଗ ମାଧ୍ୟମରେ ପରସ୍ପରକୁ ଭଲ ପାଇବା ଓ ସମ୍ପର୍କକୁ ଅଧିକ ମଧୁର କରିବାର ଅବସରକୁ କେହି ହାତଛଡା କରିନାହାନ୍ତି । ସବୁ ଧର୍ମର ଲୋକେ ଏହି ପର୍ବରେ ସାମିଲ ହୋଇ ଆନନ୍ଦ ଉଲ୍ଲାସର ସହ ରଙ୍ଗ ଉତ୍ସବ ମନାଇଛନ୍ତି । ହୋଲିର ରଙ୍ଗରେ ସାରା ରାଜ୍ୟ ରଙ୍ଗୀନ ହୋଇଛି । ପରସ୍ପରକୁ ରଙ୍ଗ ବୋଳି ଶୁଭେଚ୍ଛା ଓ ଶୁଭକାମନା ବାଣ୍ଟୁଛନ୍ତି ଲୋକେ । ଫଗୁଣର ଫଗୁରେ ଭିଜୁଛନ୍ତି । ନାଚ ଗୀତରେ ମଜିଛନ୍ତି, ରଙ୍ଗରେ ଭିଜୁଛନ୍ତି । କେଉଁଠି ଡିଜେର ତାଳେ ତାଳେ ନାଚ ଜମିଛି ତ ଆଉ କେଉଁଠି ଅବିର ବର୍ଷା । ଛୋଟ ପିଲାମାନେ ଭଳିକି ଭଳି ଫଗୁ ସହ ପିଚକାରୀ, ଟୋପି, ମାସ୍କ ଲଗାଇ ହୋଲି ଖେଳୁଛନ୍ତି । କେଉଁଠି ହରିବୋଲ ଅବିରରେ ହୋଲି ଖେଳାଯାଇଛି ତ କେଉଁଠି ବଡମାନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ସାନ ମାନେ । ଶାନ୍ତି ପ୍ରୀତି ମୈତ୍ରୀ ସଦ୍‌ଭାବନାର ବାର୍ତ୍ତା ନେଇ ଆସିଛି ହୋଲି ।

jay balangir
Leave A Reply

Your email address will not be published.

seventeen − 2 =