pakka

ଯୁବତୀଙ୍କୁ ବିଭତ୍ସ ଭାବେ ହତ୍ୟା ଅଭିଯୋଗ

bbehera

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଭଡ଼ିଗାଁ ଗ୍ରାମରେ ଶୁକ୍ରବାର ଭୋର୍ ସମୟରେ ଘଟିଛି ଏକ ଅଭାବନୀୟ ଘଟଣା । ଗାଁ ମୁଣ୍ଡରେ ଥିବା ଏକ ନଳକୂପ ନିକଟରୁ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ । ସୂଚନାନୁଯାୟୀ, ଭଟଲି ଥାନା ଅନ୍ତର୍ଗତ ଭଡ଼ିଗାଁ ମୁଣ୍ଡରେ ଥିବା ଏକ ନଳକୂପ ନିକଟରୁ ଶୁକ୍ରବାର ଭୋର୍ ସମୟରେ ଜଣେ ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ । ଏନେଇ ଖବର ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବତୀ ଜଣଙ୍କ ଗ୍ରାମର ରଘୁମଣି ଭୁଏଙ୍କ ଝିଅ ସସ୍ମିତା ବୋଲି ଜଣାପଡ଼ିଛି । ସସ୍ମିତାଙ୍କୁ କେହି ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ ସସ୍ମିତା ଶୌଚ ପାଇଁ ଭୋର୍ ସମୟରେ ବାହାରକୁ ଯାଇଥିଲେ । ଶୌଚ ସାରି ନିକଟସ୍ଥ ନଳକୂପରେ ଦାନ୍ତ ଘଷୁଥିବା ବେଳେ ତାଙ୍କୁ କେହି ଆକ୍ରମଣ କରିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ଵାର୍ଡ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ । ଏକ ତରଫା ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

jay balangir
Leave A Reply

Your email address will not be published.

sixteen − three =