jsm

ଚନ୍ଦ୍ରଭାଗାରୁ ଇକୋ ରିଟ୍ରିଟ୍ ବେଳାଭୂମି ପଦଯାତ୍ରା

csstore

କୋଣାର୍କ : କୋଣାର୍କ ଉତ୍ସବ ଅବସରରେ ସ୍ଵଛ ଓ ନିର୍ମଳ ବେଳାଭୂମି ବାର୍ତ୍ତା ନେଇ ଶୁକ୍ରବାର ଚନ୍ଦ୍ରଭାଗାରୁ ଇକୋ ରିଟ୍ରିଟ୍ ପର୍ୟ୍ୟନ୍ତ ବେଳାଭୂମି ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ଵେଚ୍ଛାସେବୀ, ଯୁବଗୋଷ୍ଠୀ, ସମାଜସେବୀ ସାମିଲ ହୋଇଥିଲେ ।

କୋଣାର୍କ ସାମ୍ବାଦିକ ସଙ୍ଘ ପକ୍ଷରୁ ଆୟୋଜିତ ପର୍ଯ୍ୟଟନ ବିଭାଗ ସହାୟତାରେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରେରଣା ଗ୍ରୀନ ଆର୍ମି ମୁଖ୍ୟ ଦିଲ୍ଲୀପ ଶ୍ରୀଚନ୍ଦନ, ଜବାହାର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ନୃସିଂହ ଚରଣ କର, ଶିକ୍ଷାବିତ ଶରତ ଚନ୍ଦ୍ର ପ୍ରଧାନ, କୋଣାର୍କ ଅଗ୍ନିଶମ ଅଧିକାରୀ ଜ୍ୟୋତି ପ୍ରକାଶ ରଥ, ସାହିତ୍ୟ ସଂସଦ ସଂପାଦକ ରବିନ୍ଦ୍ରନାଥ ବାହିନୀପତି, ନଗର ବିଜେଡି ସଭାପତି ଗୋପାଳ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରା ରାମଚଣ୍ଡୀ ମୁହାଣର୍ଯ୍ୟକ୍ରମକୁ ଜ୍ୟୋତିରାଜ ମହାନ୍ତି, ଭାଗିରଥି ସ୍ଵାଇଁ, ମନୋରଞ୍ଜନ ପଣ୍ଡା, ରାମକୃଷ୍ଣ ମହାନ୍ତି, ସୁକାନ୍ତ ବିଶ୍ଵାଳ ପ୍ରମୁଖ କର୍ମକର୍ତ୍ତା ପରିଚାଳନା କରିଥିଲେ ।

yuvodaya
Leave A Reply

Your email address will not be published.