pakka

ପଦ୍ମପୁର ଉପନିର୍ବାଚନର ପ୍ରଚାର ମଙ୍ଗ ଧରିଲେ ଖୋଦ୍‌ ମୁଖ୍ୟମନ୍ତ୍ରୀ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜମୁଛି ପଦ୍ମପୁର ଉପନିର୍ବାଚନ । ପଦ୍ମପୁର ଉପନିର୍ବାଚନର ପ୍ରଚାର ମଙ୍ଗ ଧରିଲେ ଖୋଦ୍‌ ମୁଖ୍ୟମନ୍ତ୍ରୀ । ବିଜେଡି ପ୍ରାର୍ଥୀ ବର୍ଷା ସିଂହବରିହାଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ । ମୁଖ୍ୟମନ୍ତ୍ରୀ ଝାରବନ୍ଧ, ପାଇକମାଳ ଓ ପଦ୍ମପୁରରେ ଆୟୋଜିତ ୩ଟି ବିଶାଳ ଜନସମାବେଶକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ୩ ସଭାସ୍ଥଳ ପାଇଁ ସ୍ୱତନ୍ତ୍ର ଭାବେ ତ୍ରିସ୍ତରୀୟ ସୁରକ୍ଷା ବଳୟ କରାଯାଇଛି । ସେହିକ୍ରମରେ ଝାରବନ୍ଧ ଶକ୍ତି ଖେଳପଡ଼ିଆ, ପାଇକମାଳ ପଡ଼ିଆ ଓ ପଦ୍ମପୁର ଷ୍ଟାଡ଼ିୟମରେ ବିଜେଡି ସଭା ଆୟୋଜନ କରାଯାଇଛି । ନିର୍ବାଚନ ପ୍ରଚାର ସରିବା ପରେ ଅପରାହ୍ନ ସାଢ଼େ ୪ଟାରେ ସତୀଭଟା ଏୟାରଷ୍ଟ୍ରିପ୍‌ରୁ ବାହାରି ୫ଟା ୨୦ ମିନିଟ୍‌ରେ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

sixteen − 8 =