ପୂର୍ବ ଶତୃତାକୁ ନେଇ ଜଣେ ବ୍ୟକ୍ତିଙ୍କୁ ବିଦ୍ୟୁତ ତାର ଲଗାଇ ହତ୍ୟା କରାଯାଇଥିବା ଅଭିଯୋଗ

ସଇଁତଲା, (ପ୍ରମୋଦ ସେଲମା) : ପୂର୍ବ ଶତୃତାକୁ ନେଇ ଜଣେ ବ୍ୟକ୍ତିଙ୍କୁ ବିଦ୍ୟୁତ ତାର ଲଗାଇ ହତ୍ୟା କରାଯାଇଥିବା ନେଇ ମୃତ ବ୍ୟକ୍ତିଙ୍କ ପୁଅ ରୁପେଶ ମଲ୍ଲିକ ଦେଓଗାଁ ଥାନାରେ ଅଭିଯୋଗ କରିଛନ୍ତି । ଏ ନେଇ ପୋଲିସ ଶବକୁ ଜବତ କରି ବଲାଙ୍ଗିର ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅଧୀନସ୍ଥ କରୁଆଁଝର ଗ୍ରାମରେ ଜଣେ ବ୍ୟକ୍ତି ବିଦ୍ୟୁତ ତାରରେ ଲାଗି ମୃତ୍ୟୁବରଣ କରିଛନ୍ତି । ମୃତ ଯୁବକଙ୍କ ନାମ ଅନଙ୍ଗ ମଲ୍ଲିକ (୪୮) ବୋଲି ଜଣାପଡିଛି । ଘଟଣାକ୍ରମେ ସବୁ ଦିନ ଭଳି ଅନଙ୍ଗ ସନ୍ଧ୍ୟା ସମୟରେ ନିଜ ଚାଷଜମିକୁ ଶୌଚ ପାଇଁ ଯାଇଥିଲେ ହେଲେ ଆଉ ଘରକୁ ଫେରି ନ ଥିଲେ । ବିଳମ୍ବ ହେବାରୁ ତାଙ୍କ ପୁଅ ରୁପେଶ ଚାଷଜମିକୁ ଯାଇ ଖୋଜା ଖୋଜି କରିବା ପରେ ଦେଖିଲେ ଯେ, ତାଙ୍କ ବାପା ବିଦ୍ୟୁତ ତାରରେ ଲାଗି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ଏହାପରେ ରୁପେଶ ପରିବାର ଲୋକଙ୍କୁ ଫୋନ କରି ସମସ୍ତ କଥା ଜଣାଇବା ପରେ ପରିବାର ଲୋକ ଓ ଗାଁ ଲୋକେ ଘଟଣାସ୍ଥଳକୁ ପହଂଚି ଘଟଣା ସମ୍ବନ୍ଧରେ ଜାଣିବାଜୁ ପାଇଥିଲେ । ଏ ନେଇ ପରିବାର ଲୋକେ ଗାଁର ଗଙ୍ଗା ସାହୁ ଓ ତାଙ୍କ ପୁଅ ସୁମନ୍ତ ସାହୁ ଚକ୍ରାନ୍ତ କରି ବିଦ୍ୟୁତ ତାର ବିଛାଇ ଅନଙ୍ଗଙ୍କୁ ହତ୍ୟା କରାଯାଇ ଥିବା ଏତଲାରେ ଦର୍ଶାଯାଇଛି । ଏ ନେଇ ପୋଲିସ ରାତି ଅଧିଆରେ ଘଟଣାସ୍ଥଳକୁ ପହଂଚି ଶବକୁ ଜବତ କରି ବଲାଙ୍ଗିର ପଠାଇଥିଲା । ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଗାଁରୁ ଗଙ୍ଗାଧର ଓ ତାଙ୍କ ପୁଅ ସୁମନ୍ତ ଫେରାର ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ବର୍ତ୍ତମାନ ଗାଁରେ ଗଜଲକ୍ଷ୍ମୀ ପୂଜା ଅବସରରେ ପ୍ରହରୀ ନାମଯଜ୍ଞ ମଧ୍ୟ ଚାଲିଥିବା ଜଣାଯାଇଛି । ଏହି ପରିସ୍ଥିତିରେ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବାରୁ ଅଂଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ଏଠାରେ ପ୍ରକାଶଯୋଗ୍ୟ ଯେ, ଅନଙ୍ଗ ଓ ଗଙ୍ଗାଙ୍କ ପରିବାର ମଧ୍ୟରେ ଜମିକୁ ନେଇ ଗତ କିଛି ବର୍ଷ ହେଲା ବାଦ ବିବାଦ ଲାଗିଥିଲା ଯାହା ଫଳରେ ଏଭଳି କାଣ୍ଡ ଘଟିଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି ।

Leave A Reply

Your email address will not be published.

nine − 2 =