pakka

ଗଛରେ ପିଟି ହୋଇ ଯୁବକ ଗୁରୁତର

bbehera

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଟେକା ଗାଁ ଛକ ନିକଟରେ ଗଛରେ ପିଟି ହୋଇ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ସକାଳୁ ବଲାଙ୍ଗିର ସଦର ବ୍ଲକ ଭୁତେରବାହାଲ ଗ୍ରାମର ସୁବଲ ଭୋଇ(୩୫) ନାମକ ଜଣେ ଯୁବକ କୌଣସି କାମ ପାଇଁ ମୋଟର ସାଇକେଲ ଧରି ଭୁତେରବାହାଲରୁ ବଲାଙ୍ଗିର ଆସିଥିଲେ । କାମ ସାରି ବଲାଙ୍ଗିରରୁ ବାହାରି ନିଜ ଘରକୁ ଯାଉଥିବା ବେଳେ ଟେକା ଗାଁର ଛକଠାରେ ହଠାତ୍‌ ତାଙ୍କର ମୁଣ୍ଡ ବୁଲାଇବାରୁ ଭାରସାମ୍ୟ ହରାଇ ଗୋଟିଏ ଗଛରେ ପିଟି ହୋଇଥିଲେ । ସୁବଳ ଗୁରୁତର ଭାବରେ ଆହତ ହୋଇଥିଲେ । ଫଳରେ ସ୍ଥାନୀୟ ଲୋକେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

17 − four =