oom

ପଞ୍ଚାୟତସ୍ତରୀୟ ଲୋକ ସେବା ଶିବିର ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପଞ୍ଚାୟତ ସମିତି ଅନ୍ତର୍ଗତ ଶିବାତଲା ଗ୍ରାମ ପଞ୍ଚାୟତଠାରେ ସୋମବାର ଦିନ ଜିଲ୍ଲାପାଳ ବଲାଙ୍ଗିରଙ୍କ ଅଭିଯୋଗ ଶୁଣାଣି ଅବସରରେ ପଞ୍ଚାୟତସ୍ତରୀୟ ଲୋକ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ସରକାରଙ୍କ ବିଭିନ୍ନ ବିଭାଗ ଦ୍ଵାରା ଜନସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ସେବା ଓ ସହାୟତା ସମ୍ପର୍କରେ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ତୃଣମୂଳ ସ୍ତରରେ ସେବା ଓ ସହାୟତା ପ୍ରଦାନ କରିବା ସଙ୍ଗେ ସଙ୍ଗେ ସଚେତନତା ସୃଷ୍ଟି କରାଯାଇଥିଲା । ଉକ୍ତ ଶିବିରକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମତ୍ସ୍ୟ ଓ ପଶୁ ପାଳନ, ଶ୍ରମ, କୃଷି ଓ ଉଦ୍ୟାନ, ଦକ୍ଷତା ବୃଦ୍ଧି ଓ ତାଲିମ ପ୍ରଦାନ, ସାମାଜିକ ସୁରକ୍ଷା, ମହିଳା ଓ ଶିଶୁ ବିକାଶ, ପଞ୍ଚାୟତ ଓ ପାନିୟ ଜଳ ଯୋଗାଣ, ମିଶନ ଶକ୍ତି, ଖାଦ୍ୟ ଓ ବେସାମରିକ ଯୋଗାଣ, ହସ୍ତତନ୍ତ, ଶିକ୍ଷା, ଗ୍ରାମୀଣ ଆବସ ଯୋଜନା ଆଦି ବିଭାଗର ବ୍ଲକ ତଥା ଜିଲ୍ଲାସ୍ତରୀୟ ପଦାଧିକାରୀ ଯୋଗଦାନ କରି ନିଜ ନିଜ ବିଭାଗର ଯୋଜନା ସମ୍ପର୍କରେ ଗୀତ, ନାଟ୍ୟ, ଲିଫ୍‌ଲେଟ୍‌ ଜରିଆରେ ପ୍ରଚାର ପ୍ରସାର ତଥା ଜନ ସାଧାରଣଙ୍କୁ ଅବଗତ କରାଇଥିଲେ । ଉକ୍ତ ଶିବିରକୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣା ପରିଦର୍ଶନ କରି ସମସ୍ତ ବିଭାଗର ଷ୍ଟଲ ମାନ ବୁଲି ଦେଖିଥିଲେ ଓ ବିଭାଗୀୟ କର୍ମକର୍ତ୍ତାଙ୍କୁ ଉତ୍ତମ ସେବା ପ୍ରଦାନ ଉପରେ ପରାମର୍ଶ ଦେଇଥିଲେ । ଉକ୍ତ ଶିବିରକୁ ଶିବତଲା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୁଭଶାନ୍ତି ମାଝୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ ତଥା ପଞ୍ଚାଯତ ସମିତିର ପୂର୍ବତନ ଅଧକ୍ଷ୍ୟ ଗୋଲାପ ବାଗଙ୍କ ତତ୍ୱାବଧାନରେ ଆୟୋଜନ କରାଇଯାଇଥିଲା ଓ ଏଥିରେ ଶିବତଲା ଗ୍ରାମ ପଞ୍ଚାୟତର ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀ ସହଯୋଗ କରିଥିଲେ । ବ୍ଲକ ଉପାଧ୍ୟକ୍ଷାଙ୍କ ସମେତ ବଲାଙ୍ଗିର ପଞ୍ଚାୟତ ସମିତିର ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟ ଜୋନ ୨୩ ସହଯୋଗ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତମ କୁମାର ତନ୍ତୀଙ୍କ ସହ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦାମୋଦର ଦାଶ ଓ ଅନ୍ୟାନ୍ୟ ସଂପ୍ରସାରଣ ଅଧିକାରୀ, ବ୍ଲକ କର୍ମଚାରୀ, ମହିଳା ଓ ଶିଶୁ ବିକାଶ ଅଧିକାରୀ, ସୁପରଭାଇଜର, ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ସରୋଜ କୁମାର ତ୍ରିପାଠୀ, କୃଷ୍ଣଚନ୍ଦ୍ର ବେହେରା, ଉପେନ୍ଦ୍ର ରଣା, ଗ୍ରାମ ପଞ୍ଚାୟତ କର୍ମଚାରୀ, ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ତଥା ଶିବତଲା ଓ ଆଖପାଖ ଗ୍ରାମର ଜନ ସାଧାରଣ ସହଯୋଗ କରି ଥିଲେ । ଏପରି ଆଗକୁ ସମସ୍ତ ଗ୍ରାମ ପଞ୍ଚାୟତ ସ୍ତରରେ ଲୋକ ସେବା ଶିବିର ଅନୁଷ୍ଠିତ କରି ଲୋକମାନଙ୍କ ପାଖରେ ବ୍ଲକ ପ୍ରଶାସନ ପହଞ୍ଚିବାକୁ ଅଧ୍ୟକ୍ଷା ଶ୍ରୀମତୀ ବାଗ ମତବ୍ୟକ୍ତ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ଶିବିରକୁ ଉଦ୍‌ଯାପିତ କରାଯାଇଥିଲା । ଶେଷରେ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଜିଲ୍ଲାପାଳ ଶିବତଲା ହରଗୌରୀ ମନ୍ଦିରରେ ବୃକ୍ଷ ରୋପଣ କରିଥିଲେ । ଜିଲ୍ଲାପାଳ ନିଜେ ଲୋକଙ୍କ ପାଖରେ ପହଞ୍ଚି ଥିବାରୁ ଅଞ୍ଚଳର ସମସ୍ତ ଜନ ସାଧାରଣ ଜିଲ୍ଲାପାଳଙ୍କୁ ସାଧୁବାଦ ଜଣାଇଥିଲେ ।

jittmm
Leave A Reply

Your email address will not be published.