ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ବରଗଡ଼ ଜିଲ୍ଲା ଚକରକେନ୍ଦ ନିକଟରେ ଥିବା ମାତୃଛାୟା ବାନପ୍ରସ୍ଥ ଶାନ୍ତି ତପୋବନ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ବରଗଡ଼ ଜିଲ୍ଲା ଆଇନ ପ୍ରାଧିକରଣ ଅଧିକାରୀ ବିଭୂ କଲ୍ୟାଣ ପାଢୀ ସଭାରେ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ପଟେଲ, ମୁଖ୍ୟ ବକ୍ତା ମନୋବିଜ୍ଞାନୀ ପ୍ରଫେସର ଅମରେନ୍ଦ୍ର ନାରାୟଣ ଯାଦବ, ସମ୍ମାନିତ ଅତିଥି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସି, ସୋରେନ, ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ସଂଘର ସଂପାଦକ ପ୍ରହଲ୍ଲାଦ ମହାପାତ୍ର ମଞ୍ଚାସୀନ ଥିଲେ । ସଭାକୁ ସଂଚାଳନା କରିଥିଲେ କେଦାର ମିଶ୍ର । ସଭାରେ ବରିଷ୍ଠ ନାଗରିକ ସଂଘର ସଭ୍ୟ ରକ୍ଷାକାରୀ ବିଶି, ଗଙ୍ଗା ଭୂଷଣ ହୋତା ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଶେଷରେ ଦେବଦତ୍ତ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

fifteen − 1 =