କୁରୁଲ ବ୍ରିଜଠାରେ ସଡକ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : କୁରୁଲ ବ୍ରିଜଠାରେ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ବଲାଙ୍ଗିର ଭାଲେର ଗ୍ରାମର ଦୁଃଖୁ ନାୟକ ଓ ତାଙ୍କ ସ୍ତ୍ରୀ ବାଇକ ଯୋଗେ ଯାଉଥିବା ବେଳେ କୁରୁଲ ବ୍ରିଜଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ଖବର ପାଇ ଆମ୍ବୁଲାନ୍ସ କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ଗୁରୁତର ଭାବେ ଆହତ ହୋଇଥିବା ଦୁଃଖୁ ନାୟକଙ୍କ ସ୍ତ୍ରୀଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲର ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଦୁଃଖୁ ନାୟକ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

1 × 2 =