୭ ହାଇୱେ ଲୁଟେରା ଗିରଫ

ଖୋର୍ଦ୍ଧା : ଦୀର୍ଘଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ୧୬ ନମ୍ବର ଜାତୀୟ ରାଜପଥରେ ଲୁଟ୍‌ପାଟ୍‌ ଓ ଡକାୟତି କରୁଥିବା ଏକ ହାଇୱେ ଲୁଟେରା ଗ୍ୟାଙ୍ଗ ଖୋର୍ଦ୍ଧା ପୋଲିସ ହାତରେ ଧରାପଡ଼ିଛି । ସୂଚନା ଅନୁଯାୟୀ, ଅନ୍ଧାର ରାତିର ସୁଯୋଗ ନେଇ ଭୁବନେଶ୍ୱର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଲୁଟେରା ଗ୍ୟାଙ୍ଗ ମାରଣାସ୍ତ୍ର ଦେଖାଇ ଗତ କିଛି ଦିନ ଧରି ମାଲବାହୀ ଟ୍ରକ, ଯାନବାହନ ପ୍ରଭୃତି ଅଟକାଇ ଲୁଟ୍‌ପାଟ୍‌ କରୁଥିଲେ । ଏହି ଖବର ପୋଲିସ ନିକଟରେ ପହଞ୍ଚିଥିଲା । ଏହାପରେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପକ୍ଷରୁ ହାଇୱେ ପେଟ୍ରୋଲିଂ ଏବଂ ରାତ୍ରକାଳୀନ ପେଟ୍ରୋଲିଂକୁ କଡ଼ାକଡି କରାଯାଇଥିଲା । ଶନିବାର ରାତିରେ ଟାଉନ ଥାନା ଏସ୍‌ଆଇ ସୁକାନ୍ତ କୁମାର ଦଳାଇ ପେଟ୍ରୋଲିଂ କରୁଥିବା ବେଳେ ଜାତୀୟ ରାଜପଥରେ ଲୁଟ୍‌ପାଟ୍‌ ଲାଗି ଏକ ଗ୍ୟାଙ୍ଗ ଯୋଜନା କରୁଥିବା ଖବର ପାଇଥିଲେ । ତାଙ୍କ ସହିତ ଏସ୍‌ଆଇ ସସ୍ମିତା ବେହେରା, ଏଏସ୍‌ଆଇ ପି.କେ. ପ୍ରଧାନ, ହାବିଲଦାର ବି.କେ. ପାତାଳସିଂ, କନଷ୍ଟେବଳ ପ୍ରଦୀପ ହରିଚନ୍ଦନ ଏବଂ ଏମ୍‌.ଖାନ ପ୍ରମୁଖ ସାମିଲ ହୋଇଥିଲେ । ଲୁଟେରାମାନେ ଏକ ନମ୍ବର ବିହୀନ କାର୍‌ରେ ମାରଣାସ୍ତ୍ର ସହ ଲୁଟ୍‌ ଯୋଜନା କରୁଥିବେଳେ ପୋଲିସ ସେମାନଙ୍କୁ ଘେରିଯାଇ କାବୁ କରିଥିଲା । ସେମାନଙ୍କୁ ପଚରାଉଚରା ବେଳେ ରାଜପଥରେ ଲୁଟ୍‌ ଯୋଜନା ସମ୍ପର୍କରେ ପୋଲିସ ଆଗରେ ସ୍ୱୀକାର କରିଥିବା ଏସ୍‌ଆଇ ଦଲାଇ କହିଛନ୍ତି । ଏହି ଗ୍ୟାଙ୍ଗର ଚେର କେତେବାଟ ପର୍ଯ୍ୟନ୍ତ ଲମ୍ବିଛି, ତାହାର ଖୋଳତାଡ଼ ଚାଲିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

19 + six =