oom

ମହାନ ବିପ୍ଳବୀ ସାଥୀ ନାଗଭୂଷଣ ପଟ୍ଟନାୟକଙ୍କ ୨୪ତମ ସ୍ମୃତିସଭା

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବାଲିହୁଂକା ଗ୍ରାମର ମା’ ଭଗବତୀ ଗଡଚଣ୍ଡୀ ପୀଠସ୍ଥଳୀରେ ମହାନ ବିପ୍ଳବୀ ସାଥୀ ନାଗଭୂଷଣ ପଟ୍ଟନାୟକଙ୍କ ୨୪ତମ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସିପିଆଇଏମ୍‌ଏଲର ବରିଷ୍ଠ ସଦସ୍ୟ ଅଚ୍ୟୁତାନନ୍ଦ ବରାଳ ଅଧ୍ୟକ୍ଷତା କରିଥିବା ବେଳେ ଦଳର ବରିଷ୍ଠ ଶିକ୍ଷକ ନେତା ଯାମିନୀକାନ୍ତ ନାୟକ ମୁଖ୍ୟ ଅତିଥି ରୂପେ, ମୁଖ୍ୟ ବକ୍ତା ଭାବେ ଅଜୟ ମାନ୍ଧାତା, ସମ୍ମାନିତ ଅତିଥି ରୂପେ ଲିଟୁଲାଲ ଦେବ ସୁବୁଦ୍ଧି, ବେଣୁଧର ମଙ୍ଗରାଜ ପ୍ରମୁଖ ଯୋଗଦେଇ ମହାନ ବିପ୍ଳବୀ ନେତା ନାଗଭୂଷଣ ପଟ୍ଟନାୟକଙ୍କ ସଂଗ୍ରାମ ଜୀବନ ଆଦର୍ଶ ଓ ଚାଷୀ, ଶ୍ରମିକ ପାଇଁ ସମାଜରେ ସେମାନଙ୍କ ଅଧିକାର ଓ ସମ୍ମାନ ପାଇଁ ଲଢେଇ କରି ବାରମ୍ବାର କାରାବରଣ କରିଥିଲେ ତା’ ଉପରେ ବକ୍ତାମାନେ ଆଲୋକପାତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ, ଶୁଭେଚ୍ଛୁ ଓ ସମର୍ଥକ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.