pakka

ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ୟା ଘଟଣା : ୯ ଅଭିଯୁକ୍ତ ଗିରଫ

bbehera

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ଥାନା ବୋଇରଗାଁରେ ଜଣେ ଯୁବକଙ୍କୁ ଗାଁର ଯୁବକ ମାନେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିବା ଘଟଣାରେ ବୋଡେନ ପୁଲିସ ତଦନ୍ତ କରି ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ୯ ତାରିଖ ରାତିରେ କେରାପଦର ଗାଁର ଗଦାଧର ରାଉତ(୪୨) କୌଣସି କାମରେ ବୋଇରଗାଁକୁ ଯାଇଥିଲେ । ଗାଁର ଗଣେଶ ପୂଜା ମଣ୍ଡପ ନିକଟରେ ନିଶାଶକ୍ତ ଅବସ୍ଥାରେ ଗାଁର ଯୁବକମାନଙ୍କ ସହ ଯୁକ୍ତିତର୍କ କରି ଝଗଡା କରି ମାଡପିଟ କରିଥିଲେ । ଏଥିରେ ଗାଁର ଯୁବକ ମାନେ ଉତ୍ତ୍ୟକ୍ତ ହୋଇ ସଂଘବଦ୍ଧ ଭାବେ ଆକ୍ରମଣ କରି ନିର୍ଧୁମ ମାଡ଼ ମାରିଥିଲେ । ବିଳମ୍ବିତ ରାତିରେ ଗୁରୁତର ଅବସ୍ଥାରେ ଗଦାଧର ଗାଁରେ ପହଞ୍ଚିଥିଲେ । ତା’ ପରଦିନ ସକାଳେ ଗଦାଧରଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଗଦାଧରଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲେ । ଗତ ୧୩ ତାରିଖରେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଗଦାଧରଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଗଦାଧରଙ୍କ ଭାଇବୋହୁ ରଶ୍ମିତା ରାଉତ ବୋଡେନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ବୋଡେନ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ବୋଡେନ ପୁଲିସ ବୋଇରଗାଁର ୯ ଜଣ ଯୁବକଙ୍କୁ ଗିରଫ କରିଛି ।

jay balangir
Leave A Reply

Your email address will not be published.

nine − 6 =