pakka

ନୂତନ ପେନସନ ବ୍ୟବସ୍ଥା ୨୦୦୫କୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଦାବୀ ନେଇ ଉପଖଣ୍ଡ ଶିକ୍ଷକ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ନୂତନ ପେନସନ ବ୍ୟବସ୍ଥା ୨୦୦୫କୁ ଉଚ୍ଛେଦ କରି ପୁରୁଣା ପେନ୍‌ସନ୍‌ ବ୍ୟବସ୍ଥା ଲାଗୁ କରିବା ପାଇଁ ଆଜି ପାଟଣାଗଡ଼ଠାରେ ଉପଖଣ୍ଡ ଶିକ୍ଷକ ସଂଘ ପକ୍ଷରୁ ଏକ ପ୍ରତିବାଦ ରାଲି କରାଯାଇଛି । ଏନେଇ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ସଂଘର ଏକ ବିରାଟ ଶୋଭାଯାତ୍ର ପଞ୍ଚମୂଖୀ ହନୁମାନ ମନ୍ଦିରଠାରୁ ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ସହକାରୀ ଜିଲ୍ଲାପାଳ କ୍ଷିରୋଦ୍ରଚନ୍ଦ୍ର ସାହୁଙ୍କୁ ପ୍ରଦାନ କରିଥିଲେ । ନ୍ୟାସନାଲ ମୁଭମେଣ୍ଟ ଫର ଓଡପେନସନ ସ୍କିମର ପାଟଣାଗଡ ଉପଖଣ୍ଡ ସଭାପତି ମଣିକୁମ୍ଭାରଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଲାଲଚନ ବଗର୍ତ୍ତି, ଅରୁଣ କୁମାର ତ୍ରିପାଠୀ, ସୂର୍ଯ୍ୟକୁମାର ନନ୍ଦ, ଦେବକାନ୍ତ ମେହେର, ଦେବଦତ୍ତ ମେହେର, ନିରାକାର ମେହେର, ବନମାଳୀ ସାହୁ ପ୍ରମୁଖ ପ୍ରତିବାଦ ସଭାରେ ରାଜ୍ୟ ସରକାରଙ୍କ ନୂତନ ପେନସନ ସ୍କିମ ଲାଗୁ ଯୋଗୁଁ ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବା ଯୋଗୁଁ ଏହାର ଉଚ୍ଛେଦ କରିବାକୁ ଦାବୀ କରିଥିଲେ । ସୂଚନା ଯୋଗ୍ୟ ଯେ, ୨୦୦୫ ନୂତନ ପେନସନ ସ୍କିମ ଲାଗୁ ହେବା ପରଠାରୁ ଚାକିରି କରୁଥିବା ସମସ୍ତ କର୍ମଚାରୀଙ୍କ ଜମା ଅର୍ଥ ରାଶି ଏନ୍‌ଏସ୍‌ଡିଏଲ୍‌ ଦ୍ଵାରା ସେୟାର ବଜାରରେ ନିବେଶ କରାଯାଇଛି । ଫଳରେ ଜମା ଅର୍ଥ ରାଶିର ନିବେଶ କର ଯୁକ୍ତ ରହିଛି ଯଦ୍ଵାରା ୩୦ ବର୍ଷ ଚାକିରି କାଳ ଅତିବାହିତ କରି ଅବସର ଗ୍ରହଣ କଲା ପରେ କିଏ ହଜାରେ କିଏ ବାରଶହ ତ ଆଉ କିଏ ମାତ୍ର ଦୁଇ ହଜାର ପେନସନ ପାଇଛନ୍ତି ଫଳରେ ଅବସର ଜୀବନରେ ଏହି ଟଙ୍କା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ ବୋଲି ଶିକ୍ଷକ ନେତାମାନେ ପ୍ରତିବାଦ ସଭାରେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସମୟରେ ଦରଦାମ୍‌ ବୃଦ୍ଧି ଯୋଗୁଁ ଚଳିବା ମୁସକିଲ ହୋଇପଡିଛି ବୋଲି କହିବା ସହ ବିଭିନ୍ନ ପ୍ରକାର ନାରାବାଜି ଦେଇଥିଲେ । ଅନ୍ୟ ରାଜ୍ୟ ଗୁଡ଼ିକରେ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିଛନ୍ତି ତେଣୁ ରାଜ୍ୟ ସରକାର ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବୀ କରିଛନ୍ତି । ଆଗାମୀ ଦିନରେ ଦାବୀ ପୁରଣ ନହେଲେ ତିବ୍ରତର ଆନ୍ଦୋଳନ କରିଯିବ ବୋଲି ସଂଘ ଚେତାବନୀ ଦେଇଛନ୍ତି । ଏଥିରେ ପାଟଣାଗଡ଼ ଉପଖଣ୍ଡର ପାଟଣାଗଡ଼ ବେଲପଡା, ଖପ୍ରଖୋଲ ବ୍ଲକର ପ୍ରାୟ ଏକ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ଥିଲେ ।

jay balangir
Leave A Reply

Your email address will not be published.

eighteen − seventeen =