om academy

ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧ ଆହତ

jsm

କେନ୍ଦୁଝର : ତେଲକୋଇ ରେଞ୍ଜ ଅନ୍ତର୍ଗତ ତେଲକୋଇ ବିଟ୍‌ ଅଧିନସ୍ଥ କନ୍ତଲେଇ ଗ୍ରାମରେ ରବିବାର ସକାଳେ ଶୌଚ କରିବାକୁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ଜଣେ ୬୫ ବର୍ଷୀୟ ବୃଦ୍ଧ ଆହତ ହୋଇଥିବା ଜଣାପଡିଛି । ଗୋଠଛଡ଼ା ଦନ୍ତାଟି ବୃଦ୍ଧଙ୍କୁ ଶୁଣ୍ଢରେ ଧରି ଟେକି କଚାଡ଼ି ଦେବାରୁ ଛିଟିକି ପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ସେଭଳି ଗୁରୁତର ହୋଇ ନ ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ହାତୀ ଦେଖି ଦୌଡ଼ି ପଳାଇ ଆସୁଥିବା ବେଳେ ବୃଦ୍ଧ ଆହତ ହୋଇଥିବା ଡିଏଫ୍‌ଓ ଏଚ୍‌ଡି ଧନରାଜ କହିଛନ୍ତି ।

Leave A Reply

Your email address will not be published.